ଜାରି ହେଲା ୧୨୫ ଟଙ୍କିଆ ମୁଦ୍ରା

0

ନୂଆଦିଲ୍ଲୀ : ସରକାର ୧୨୫ ଟଙ୍କିଆ ମୁଦ୍ରା ଜାରି କରିଛନ୍ତି। ଖୁବ ଶୀଘ୍ର ଏହା ବଜାରରେ ଉପଳବ୍ଧ ହେବ।  ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁ ଶୁକ୍ରବାର ଏହି  ୧୨୫ ଟଙ୍କିଆ ମୁଦ୍ରା ଜାରି କରିଛନ୍ତି। ପରିସଂଖ୍ୟାନ ଦିବସ ତଥା ମହାନ ବୈଜ୍ଞାନିକ ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସ୍‌ଙ୍କ ୧୨୫ତମ ଜୟନ୍ତୀ ଅବସରରେ ଏହି ମୁଦ୍ରା ଜାରି କରାଯାଇଛି।

prayash

ସୂଚନାଯୋଗ୍ୟ, ବିମୁଦ୍ରାୟନ ପରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌  ଅଚଳ ହୋଇଯାଇଛି ଏବଂ ନୂଆ ରୂପରେ  ୫୦୦ ଓ ୨୦୦୦ଟଙ୍କିଆ ନୋଟ ବଜାରକୁ ଆସିଛି।  ତୋବେ ନୋଟରେ ଏହି ପରିବର୍ତ୍ତନ ପରେ ସରକାର ବଜାରକୁ ନୂଆ ମୁଦ୍ରା ଛାଡିବାକୁ ଯାଉଛନ୍ତି।  ପୂର୍ବରୁ ଦେଶରେ ସବୁଠାରୁ ଅଧିକ ମୂଲ୍ୟର ମୁଦ୍ରା ରୂପରେ ୧୦ଟଙ୍କିଆ  ଥିବାବେଳେ ଏବେ ୧୨୫ ଟଙ୍କିଆ ମୁଦ୍ରା ତା ସ୍ଥାନ ନେବାକୁ ଯାଉଛି।

Leave A Reply