ଲୋକଙ୍କ ନିକଟତର ହେବା ଉପରେ ଡିଜିପିଙ୍କ ଗୁରୁତ୍ୱ

0

କଟକ,୨୫ା୬:ଓଡିଶା ପୁଲିସର ଡାଇନାମିକ ୱେବ୍‍ ପୋର୍ଟାଲକୁ ସ୍କୋଚ୍‍ ପୁରସ୍କାର ମିଳିଛି। ଏହି ସ୍କୋଚ୍‍ ପ୍ରତିଯୋଗିତାରେ ଆନ୍ଧ୍ରପ୍ରଦେଶ, କେରଳ, ମିଜୋରାମ, ହିମାଚଳ ପ୍ରଦେଶ, ପଞ୍ଜାବ ଓ ଗୁଜରାଟ ପୁଲିସର ବିଭିନ୍ନ ସଫଳ ପ୍ରୋଜେକ୍ଟକୁ ସ୍ଥାନ ମଳିଥିଲା। ଓଡିଶା ପୁଲିସର ପୋର୍ଟାଲ ସେବା ଲୋକଙ୍କ ନିକଟତର ହେବାରେ ସଫଳ ହୋଇ ଥିବାରୁ ଦିଲ୍ଲୀରେ ଆୟୋଜିତ ପ୍ରତିଯୋଗିତାରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ସୋମବାର ପୁଲିସ ମୂଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଡିଜିପି ଆର.ପି.ଶର୍ମା ସୂଚନା ଦେଇଛନ୍ତି।
ଓଡିଶା ପୁଲିସର ଏହି ଡାଇନାମିକ୍‍ ପୋର୍ଟାଲ ୨୦୧୪ରେ ଆରମ୍ଭ ହୋଇଥିଲା। ୪ବର୍ଷ ଧରି ରାଜ୍ୟବାସୀଙ୍କୁ ସେବା ଯୋଗାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭକରି ଆଉଟପୋଷ୍ଟ ଅଧିକାରୀଙ୍କ ଇ-ମେଲ ଆଇଡି, ପୁଲିସ ଅଫିସରମାନଙ୍କ ଗ୍ରେଡେସନ ତାଲିକା ଓ ସେମାନଙ୍କ ଅଭିଯୋଗ ଏହି ୱେବ୍‍ସାଇଟରେ ଉପଲବ୍ଧ ରହିଛି। ଜନସାଧାରଣ ସହଜରେ ସେମାନଙ୍କ ଅଭିଯୋଗ କରିବା ସହ ଅନୁମତିପତ୍ର ପାଇ ପାରୁଛନ୍ତି। ଅପରାଧ, ଟ୍ରାଫିକ ନିୟମ ଓ ଆଇନଶୃଙ୍ଖଳା ସମ୍ପର୍କିତ ସମସ୍ତ ତଥ୍ୟ ଏଥିରେ ଦିଆଯାଇଛି ଯାହା ଲୋକମାନଙ୍କୁ ଆବଶ୍ୟକ ସୂଚନା ପାଇବା ପାଇଁ ବେଶ୍‍ ସହାୟକ ହୋଇଛି। ନିଖୋଜ ହେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ଏହି ପୋର୍ଟାଲରେ ତଥ୍ୟ ରଖାଯାଉଛି। ଏହା କିପରି ଆହୁରି ଅଧିକ ଲୋକଙ୍କ ନିକଟତର ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ଡିଜିପି ଶର୍ମା କହିଛନ୍ତି। ମେଟ୍ରୋ ପିଲିଟାନ୍‍ ସିଟିରେ ନିଆଯାଇଥିବା ଭଲ ପଦକ୍ଷେପଗୁଡିକୁ ଓଡିଶା ପୁଲିସ ଆପଣାଇବା ସହ ଟ୍ରାନ୍ସପାରାନ୍ସି ଓ ଆକାଉଣ୍ଟେବିଲିଟି ଉପରେ ଏହି ପୋର୍ଟାଲ ଜରିଆରେ ଗୁରୁତ୍ୱ ଦିଆଯାଉଥିବା ଡିଜିପି ଶର୍ମା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଆଇ.ଜି. ଅସିତ୍‍ ପାଣିଗ୍ରାହୀ, ସଞ୍ଜୀବ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

kalyan agarbati
Leave A Reply