ରାହୁଲ୍ ଦେଶର ସବୁଠାରୁ ନିର୍ବୋଧ ବ୍ୟକ୍ତି: କେସିଆର
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କୁ ଦେଶର ସବୁଠାରୁ ନିର୍ବୋଧ ବ୍ୟକ୍ତି ଭାବେ ବର୍ଣ୍ଣନା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍) ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ କେସିଆର କହିଲେ ଯେ ସଂସଦର ଗତ ଅଧିବେଶନରେ ରାହୁଲ୍ ଗାନ୍ଧି ଯେଭଳି ଢଙ୍ଗରେ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କଲେ ଓ ଆଖି ମାରିଲେ ତାହା ସମଗ୍ର ଦେଶବାସୀ ଦେଖିଛନ୍ତି। ସେଥିରୁ ତାଙ୍କ ନିର୍ବୋଧତା ପ୍ରମାଣିତ ହେଉଛି। ତେଲେଙ୍ଗାନାରେ ରାହୁଲ୍ଙ୍କ ନିର୍ବାଚନୀ ପ୍ରଚାର ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ କେସିଆର କହିଲେ କଂଗ୍ରେସର ଦିଲ୍ଳୀ ସାମ୍ରାଜ୍ୟକୁ ରାହୁଲ୍ ଉତ୍ତରାଧିକାରୀ ସୂତ୍ରରେ ପାଇଛନ୍ତି। ତେଣୁ କଂଗ୍ରେସ କିମ୍ବା ଦିଲ୍ଳୀର କ୍ରୀତଦାସ ନହେବା ପାଇଁ ଲୋକଙ୍କୁ ମୁଁ ଆହ୍ୱାନ ଦେଇ ଆସୁଛି। କଂଗ୍ରେସକୁ ତେଲେଙ୍ଗାନାର ସବୁଠାରୁ ବଡ଼ ଶତ୍ରୁ ଭାବେ ଅଭିହିତ କରି କେସିଆର କହିଛନ୍ତି ଯେ ତେଲେଙ୍ଗାନାର ସ୍ୱାର୍ଥ ଓ ମଙ୍ଗଳ ସମ୍ପର୍କିତ ନିଷ୍ପତ୍ତି ତେଲେଙ୍ଗାନାରେ ହିଁ ହେବା ଆବଶ୍ୟକ।