BJD Bijuli 480×75 Mob

ରାଜପଥରେ ଫସିଗଲେ ପ୍ରଭୁ ହନୁମାନ

BJD Bijuli 480×75 Mob
0

ବେଙ୍ଗାଲୁରୁ: ସମୁଦ୍ର ଲଙ୍ଘିଥିବା ଭଗବାନ ହନୁମାନ କିନ୍ତୁ ରାସ୍ତା ମଝିରେ ଫସିଗଲେ। ଏହି ସମସ୍ୟାରୁ ମୁକୁଳିବାକୁ ପ୍ରାୟ ୧୫ ଘଣ୍ଟା ସମୟ ଲାଗିଲା। ଏପରି ଘଟଣା ବେଙ୍ଗାଲୁରୁରେ ଘଟିଛି। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଏହାକୁ ଉଲ୍ଲଂଘନ କରାଯାଇ ୪୮ ନମ୍ବର ଜାତୀୟ ରାଜପଥରେ ଏକ ଅର୍ଦ୍ଧନିର୍ମିତ ହନୁମାନ ମୂର୍ତ୍ତି ଗାଡ଼ିରେ ନିଆଯାଉଥିଲା। ଖବରପାଇ ପୁଲିସ ପହଞ୍ଚି ତାହାକୁ ଅଟକାଇଥିଲା। ୬୨ ଫୁଟ ଉଚ୍ଚ ଓ ୭୫୦ ଟନ ଓଜନ ବିଶିଷ୍ଟ ଏହି ମୂର୍ତ୍ତିକୁ କୋଲାରରୁ କଚରାକନାହଲ୍ଲିକୁ ନିଆଯାଉଥିଲା। ଶେଷରେ ନିର୍ବାଚନ କମିଶନ ହସ୍ତକ୍ଷେପ କରିବାରୁ ଗାଡ଼ି ଆଗକୁ ଯିବାକୁ ଅନୁମତି ମିଳିଥିଲା। ଅପରପକ୍ଷରେ ୩୦୦ ଚକିଆ ଏହି ଗାଡ଼ି ଅଟକିବା ଯୋଗୁ ବହୁ ସମୟ ଧରି ଟ୍ରାଫିକ ସମସ୍ୟା ଉପୁଜିଥିଲା। ଏହି ହନୁମାନ ମୂର୍ତ୍ତି ବିଶ୍ୱର ବଡ଼ ହନୁମାନ ମୂର୍ତ୍ତି ହେବ।

Leave A Reply