ମିଛ ଗ୍ରାମସଭାକୁ ଗ୍ରହଣ କରିବୁନାହିଁ; କୋଡ଼ିଙ୍ଗାମାଳି ପ୍ରଭାବିତ ଗ୍ରାମବାସୀ

ଲକ୍ଷ୍ମୀପୁର : ମିଛ ଗ୍ରାମସଭାକୁ ଆମେ ଗ୍ରହଣ କରିବୁନାହିଁ, ପୁନର୍ବାର ସଠିକ୍‍ ଭାବେ ଗ୍ରାମସଭା କରାଯିବା ପାଇଁ କୋଡ଼ିଙ୍ଗାମାଳି ପ୍ରଭାବିତ ଗ୍ରାମବାସୀମାନେ ସେମାନଙ୍କ ଜୀଦ୍‍ରେ ଅଟଳ ରହିଛନ୍ତି। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗାମାଳି ପାହାଡରୁ ଦେଢ଼ବର୍ଷ ହେଲା ବକ୍ସାଇଟ ଖନନ ହୋଇ ବେଦାନ୍ତ କାରଖାନକୁ ମୈତ୍ରୀ ନାମକ ଏକ ଠିକା କମ୍ପାନୀ ଦ୍ୱାରା ଖନନ ଓ ପରିବହନ ହୋଇ ରାୟଗଡ଼ା ଏବଂ କାକିରିଗୁମା ରେଳ ଷ୍ଟେସନ ନିକଟକୁ ଡମ୍ପିିଂ ପରେ ଯାଉଛି। ତେବେ ଉକ୍ତ ଖଣି ଖନନ ପାଇଁ ଖଣି ବିଭାଗ ପକ୍ଷରୁ ଯେଉଁ ଗ୍ରାମ ସଭା ୨୦୧୧ରେ ହୋଇଛି ବୋଲି କୁହା ଯାଉଛି ତାହା ଠିକ୍‍ ରୂପେ ହୋଇ ନଥିବା ପ୍ରଭାବିତ ଅଞ୍ଚଳର ଗ୍ରାମବାସୀମାନେ ଅଭି ଯୋଗ କରିବା ସହିତ ପୁଣି ଥରେ ଗ୍ରାମସଭା କରାଯାଉ ନଚେତ୍‍ ଯେଉଁ ଗ୍ରାମସଭା ହୋଇଛି ତାହାର ନକଲ ଆଣି ଏଠାରେ ସର୍ବସାଧାରଣରେ ଦେଖାଯାଉ ବୋଲି ଜିଦ୍‍ ରେ ଅଟଳ ଅଛନ୍ତି। ୨୬ ତାରିଖରେ ପ୍ରଭାବିତ ଅଞ୍ଚଳ ବାସୀ କୋଡ଼ିଙ୍ଗାମାଳି ଖଣି ପରିବହନ ପ୍ରବେଶ ପଥରେ ପ୍ରତିବାଦ କରିବା ପାଇଁ ଜିଲା ପ୍ରଶାସନକୁ ଲିଖିତ ଭାବେ ଦୁଇଦିନ ପୁର୍ବରୁ ଜଣାଇବା ସହିତ ଲିଖିତ ପ୍ରକାରେ ଶୁକ୍ରବାର ଠାରୁ ପ୍ରବେଶ ପଥରେ ଆନ୍ଦୋଳନ କାରୀମାନେ ବସି ପ୍ରବେଶ ପଥକୁ ବନ୍ଦ କରି ଦେଇଥିଲେ। ଫଳରେ ପରିବହନ ବନ୍ଦ ରହିଥିଲା। ଗତକାଲି ବ୍ଲକର ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ସେମାନଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ସେମାନେ ତାଙ୍କର ଜିଦ୍‍ରେ ଅଟଳ ରହିଥିଲେ। ଏପରିକି ଶନିବାର ମଧ୍ୟ ଗଣ ଧାରଣା ଦେଇଥିବା ସ୍ଥଳକୁ ମ୍ୟାଜିଷ୍ଟେଟ୍‍ ଦାୟିତ୍ୱରେ ଥିବା ବିଡିଓ ବେଣୁଧର ଶବରଙ୍କ ସହିତ ନାରାୟଣପାଟଣା ତହସିଲଦାର ରଞ୍ଜନ କୁମାର ମାନସେଠ୍‍ ସେମାନଙ୍କ ସହିତ ଆଲୋଚନା କରି ସମାଧାନ ସୂତ୍ର ବାହାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇ ପାରି ନାହାନ୍ତି। ଧାରଣା ରତ ଲୋକମାନେ ସେମାନଙ୍କ ଜିଦ୍‍ରେ ଅଟଳ ରହିବା ସହିତ ସେଇ ଦାବିକୁ ବାରମ୍ବାର ଉପସ୍ଥାପନ କରୁଛନ୍ତି। ଯେଉଁ ଅଧିକାରୀମାନେ ସେମାନଙ୍କୁ ବୁଝା ସୁଝା କରିବାକୁ ଯାଇଥିଲେ ସେମାନଙ୍କୁ ପ୍ରାଭାବିତ ଗ୍ରାମବାସୀମାନେ କହିଥିଲେ ଆମେ ଗଣତାନ୍ତ୍ରୀକ ଉପାୟରେ ଆନ୍ଦୋଳନକୁ ଓହ୍ଲାଇଛୁ। ଏହା ଆମର ନାର୍ଯ୍ୟ ଦାବି ବୋଲି କହିବା ସହିତ ପୁନର୍ବାର ଗ୍ରାମସଭା ହେବା ପରେ ଯାଇ ଜାହା ନିଷ୍ପତି ହେବ, ଏପରିକି ଗ୍ରାମସଭା ପରେ ନିଷ୍ପତି ପ୍ରକାରେ ଯାହା ହେବା କଥା ହେବା ସହିତ ଗ୍ରାମ ସଭାରେ କାରଖାନା ହେବକି ନାହିଁ ତାହା ନିଷ୍ପତି କରାଯିବ ବୋଲି ଗ୍ରାମବାସୀମାନେ କହିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏଠାରେ ସ୍ଥାନୀୟ ପୁଲିସ ସହିତ ଫୋର୍ସ ମୂତୟନ କରାଯାଇଛି। ଆନ୍ଦୋଳନ ଦୁଇଦିନରେ ପହଞ୍ଚିଥିବା ବେଳେ କୌଣସି ଜିଲା ସ୍ତରୀୟ ଅଧିକାରୀମାନେ ଆଲୋଚନା କରିବା ନିମନ୍ତେ ପହଞ୍ଚି ନାହାନ୍ତି। ସେହିପରି ଆନ୍ଦୋଳନ ରତ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଆମେ ଏଠାରେ ଶାନ୍ତି ପୂର୍ଣ୍ଣ ଭାବେ ଆମର ହକ୍‍ ପାଇଁ ବସି ରହିଥିବା ବେଳେ ସପକ୍ଷ ବାଦିର କିଛି ଲୋକ ଆସି ଆମ ସହିତ ଗଣ୍ଡଗୋଳ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ଆମେ ଶୁଣିବାକୁ ପାଇଲୁ। ଯଦି ଏଭଳି ହୁଏ ଏବଂ କିଛି ଅଘଟଣ ହୁଏ ସେଥିପାଇଁ ପୁଲିସ ପ୍ରଶାସନ ଦାୟି ବୋଲି ପ୍ରକାଶ କରିଛନ୍ତି।

kalyan agarbati

Comments are closed.