www.samajalive.in
Monday, December 15, 2025
16.1 C
Bhubaneswar

ମଧ୍ୟପ୍ରଦେଶ ମୁହାଁଇଲା ଲଘୁଚାପ

ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶାରେ ଅବପାତ ରୂପ ନେଇଥିବା ଲଘୁଚାପ ଦୁର୍ବଳ ହେବା ପରେ ଏବେ ମଧ୍ୟପ୍ରଦେଶ ଅଭିମୁଖେ ଗତି କରିଛି। ଫଳରେ ଓଡ଼ିଶା ଉପରେ ବଡ଼ ଧରଣର ବର୍ଷାର ବିପଦ ନାହିଁ। ଗତ ୧୨ଘଣ୍ଟା ଭିତରେ ଶୁକ୍ରବାର ଚାନ୍ଦବାଲି, ଝାରସୁଗୁଡ଼ା, ସମ୍ବଲପୁର, ହୀରାକୁଦ, ଭବାନିପାଟଣା, ଟିଟିଲାଗଡ଼, ମାଲକାନଗିରିର କିଛି ଅଞ୍ଚଳରେ ବର୍ଷା ହୋଇଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ୯ ଓ ୧୦ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବିଶେଷ କରି ଉତ୍ତର ଓଡ଼ିଶା ଉପକୂଳରେ ଅଧିକ ବର୍ଷାର ସମ୍ଭାବନା ରହିଛି।
ଗତ ୨୪ଘଣ୍ଟାରେ ରାଜ୍ୟରେ ହାରାହାରି ୪୭ମିମି ବର୍ଷା ହୋଇଥିବାବେଳେ ୨ଟି ଜିଲା ସମ୍ବଲପୁର ଓ କନ୍ଧମାଳରେ ୧୦୦ମିମି ବର୍ଷା ହୋଇଛି। ସେହିପରି ୧୦ଟି ଜିଲାରେ ୫୦ରୁ ୧୦୦ମିମି ମଧ୍ୟରେ ବର୍ଷା ହୋଇଛି। ଏସବୁ ଜିଲା ଭିତରେ ରହିଛି କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବରଗଡ଼, ନୟାଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ ଦେବଗଡ଼। ରାଜ୍ୟରେ ଏ ପର୍ଯ୍ୟନ୍ତ
ସ୍ୱାଭାବିକଠାରୁ ୧୯.୬ପ୍ରତିଶତ ବଳକା ବର୍ଷା ହୋଇଛି। ୧୫ଟି ଜିଲାରେ ବଳକା ଓ ୧୫ଟି ଜିଲାରେ ସ୍ୱାଭାବିକ ବର୍ଷା ହୋଇଛି। ଆଖୁଆପଦାଠାରେ ବୈତରଣୀ ବିପଦସଙ୍କେତ ଉପରେ ଥିବାବେଳେ ଅନ୍ୟାନ୍ୟ ନଦୀର ଜଳସ୍ତର ବିପଦସଙ୍କେତ ତଳେ ଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories