www.samajalive.in
Sunday, December 7, 2025
26.1 C
Bhubaneswar

ମଦ ବନ୍ଦ କରିବ ଯିଏ, ମହିଳା ଭୋଟ ପାଇବ ସିଏ

ପୁରୀ: ଓଡ଼ିଶାରେ ମଦ ବିରୋଧୀ ଆନ୍ଦୋଳନକୁ ଅଧିକ ସକ୍ରିୟ କରିବ ମହିଳା ବାହିନୀ। ଏଥିପାଇଁ ୨୫ହଜାର ମହିଳାଙ୍କୁ ସଂଗଠିତ କରାଯାଇଛି। ମା’ଘର ଫାଉଣ୍ଡେସନ ଟ୍ରଷ୍ଟ ସଭାନେତ୍ରୀ ଋତୁପର୍ଣ୍ଣା ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ‘ମଦ ବନ୍ଦ କରିବ ଯିଏ, ମହିଳା ଭୋଟ ପାଇବ ସିଏ’ ସ୍ଲୋଗାନ ଦିଆଯାଇଛି। ୩ଦିନ ଧରି ପୁରୀ ୟୁଥ୍‍ ହଷ୍ଟେଲରେ ରାଜ୍ୟସ୍ତରୀୟ ଚିନ୍ତନ ଶିବିର ଅନୁଷ୍ଠିତ ହୋଇଛି। ୩୦ଟି ଜିଲାରେ ମଦ ବିରୋଧୀ ଆନ୍ଦୋଳନ ପାଇଁ ସେଥିରେ ସ୍ଥିର କରାଯାଇଛି।
ମଦ ପ୍ରସାର ଯୋଗୁଁ ମହିଳାଙ୍କ ଉପରେ ହିଂସା ଏବଂ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଶ୍ରୀମତୀ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଲୋକସଭା, ରାଜ୍ୟସଭା ଏବଂ ବିଧାନସଭା ନିର୍ବାଚନରେ ରାଜନୈତିକ ଦଳ ଗୁଡିକ ମହିଳାଙ୍କୁ ୫୦% ଟିକେଟ ଦେବାକୁ ସେ ଦାବି କରିଛନ୍ତି। ୧୯୫୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ପ୍ରଣୀତ ନିଶା ନିବାରଣ ଆଇନକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରିବାକୁ ମା’ଘର ଫାଉଣ୍ଡେସନ ଟ୍ରଷ୍ଟ ଦାବି କରିଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories