ଭାରତ ବନ୍ଦରେ ଖୋଲା ରହିବ ବ୍ୟାଙ୍କ
ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରେ କଂଗ୍ରେସ ପକ୍ଷରୁ ଆହୂତ ଭାରତ ବନ୍ଦ ଯୋଗୁଁ ବ୍ୟାଙ୍କିଂ ସେବା ପ୍ରଭାବିତ ହେବ ନାହିଁ ବୋଲି ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ସଂଘର ଜଣେ କର୍ମକର୍ତ୍ତା କହିଛନ୍ତି। ସେପ୍ଟେମ୍ବର ୮ ଓ ୯ ତାରିଖ ବ୍ୟାଙ୍କ ଛୁଟି ଥିବାରୁ ଗ୍ରାହକମାନେ ଜରୁରୀ ଆର୍ଥକ କାରବାର ପାଇଁ ସୋମବାରକୁ ଅପେକ୍ଷା କରି ରହିଛନ୍ତି। ତେଣୁ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସୋମବାର ଦିନ ଧର୍ମଘଟ ସତ୍ତେ୍ୱ ବ୍ୟାଙ୍କ ଖୋଲା ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ଆରବିଆଇ କର୍ମଚାରୀମାନେ ସମୂହ ଛୁଟିରେ ଯାଉଥିବା ବେଳେ ଧର୍ମଘଟ ଯୋଗୁଁ ଦେଶର ବ୍ୟାଙ୍କିଂ ସେବା ଗୁରୁତର ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଏଭଳି ଆଶଙ୍କାକୁ କେନ୍ଦ୍ର ସରକାର ଓ ବ୍ୟାଙ୍କ ସଂଘ ପକ୍ଷରୁ ଏଡ଼ାଇ ଦିଆଯାଇଛି।