www.samajalive.in
Friday, December 5, 2025
17.1 C
Bhubaneswar

ବୁଲିବାକୁ ଯାଆନ୍ତୁ ଦିଲ୍ଲୀର ଶୈବପୀଠ : ଏଠାରେ ହୋଇଥାଏ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ବିଭିନ୍ନ ସ୍ଥାନରେ ଥିବା ଭିନ୍ନ ଶୈବ ପୀଠ ନିଜ ସ୍ୱତନ୍ତ୍ରତା ପାଇଁ ବେଶ ପ୍ରସିଦ୍ଧ। ବର୍ଷଯାକ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ, ମାତ୍ର କେତେକ ସ୍ୱତନ୍ତ୍ର ପୂଜା ଯେପରି ଶିବରାତ୍ରୀ, ଶ୍ରାବର ମାସରେ ଅସଂଖ୍ୟକ ଭକ୍ତ ଏଠାରେ ଏକାଠି ହୋଇଥାଆନ୍ତି। ଜାଣନ୍ତୁ …….
ସମୁଦ୍ର ମନ୍ଥନ ସମୟରେ ବହୁ ରତ୍ନ ସହ ବିଷ ମଧ୍ୟ ବାହାରିଥିଲା। ଏହି ବିଷ ହେତୁ ସମସ୍ତ ଦେବାଦେବୀ ଓ ପ୍ରାଣୀ ଜଗତ ବ୍ୟାକୁଳ ହୋଇଉଠିଥିଲେ। ଏହି ସମୟରେ ପ୍ରଭୁ ମହାଦେବ ଏହି ବିଷକୁ ପାନ କରି ସଭିଁଙ୍କୁ ଉଦ୍ଧାର କରିଥିଲେ। ସେହି ହଳାହଳ ପାନ କରିବା ଦ୍ୱାରା ଭୋଳାନାଥଙ୍କର କଣ୍ଠ ନୀଳବର୍ଣ୍ଣ ହୋଇଯାଇଥିଲା। ଏହି ବିଷର ଜ୍ୱାଳାକୁ ଶାନ୍ତ କରିବା ନିମନ୍ତେ ପ୍ରଭୁ ମହେଶ୍ୱର କୈଳାସ ପର୍ବତ ଛାଡ଼ି ଏକ ଶୀତଳ ସ୍ଥାନ ଅନ୍ୱେଷଣରେ ଯାଇଥିଲେ। ହିମାଳୟରେ ବିଚରଣ କରୁଥିବା ବେଳେ ସେ ମଣିକୁଟ ପର୍ବତରେ ପହଞ୍ଚିଥିଲେ। ଏଠାରେ ପ୍ରଭୁ ଶିବଶଙ୍କର ମଧୁମତୀ ଓ ପଙ୍କଜା ଜଳ ଧାରାର ସଙ୍ଗମରେ ଅଜ୍ଞାତ ବାସରେ ୬୦ ହଜାର ବର୍ଷ ସମାଧିସ୍ଥ ହୋଇ ବିଷ ଜ୍ୱାଳାକୁ ଶାନ୍ତି କରିଥିଲେ ବୋଲି ମାନ୍ୟତା ରହିଛି। ସମୟକ୍ରମେ ଏହି ସ୍ଥାନ ଶ୍ରୀନୀଳକଣ୍ଠ ମହାଦେବ ନାମରେ ଖ୍ୟାତି ଲାଭ କଲା। ସ୍କନ୍ଦପୁରାଣ ପୁରାଣ, କେଦାରଖଣ୍ଡ ଓ ଶିବ ପୁରାଣରେ ଏହାର ଉଲ୍ଲେଖ ରହିଛି। ପ୍ରାଚୀନ ନୀଳକଣ୍ଠ ଧାମ ଶିବ ଭକ୍ତ ମାନଙ୍କ ପାଇଁ ଏକ ପ୍ରମୁଖ ସ୍ଥାନ ପାଲଟିଛି। ଏହା ସହ ଶିବରାତ୍ରୀ ଓ ଶ୍ରାବଶ ମାସରେ ଏଠାରେ ହେଉଥିବା କାଉଡ଼ିଆ ଯାତ୍ରା (ବୋଲବମ୍‍)ରେ ଏଠାରେ ଲକ୍ଷଲକ୍ଷ ଲୋକଙ୍କର ସମାଗମ ହୋଇଥାଏ। ଏଠାକୁ ପାଣି ନେଇ ଯାଇ ବହୁ ଭକ୍ତ ଭଗବାନ ଶିବଙ୍କ ଠାରେ ଜଳାଭିଷେକ କରିଥାଆନ୍ତି।
ଦିଲ୍ଳୀ ଠାରୁ ଏହି ନୀଳକଣ୍ଠ ମନ୍ଦିର ପାଖାପାଖି ୨୫୦ କିଲୋମିଟର ଦୂରରେ ଅବସ୍ଥିତ।
ଗମନାଗମନ ଦୃଷ୍ଟିରୁ ଦିଲ୍ଲୀ ଠାରୁ ତୀର୍ଥନଗରୀ ଋଷିିକେଶ ପର୍ଯ୍ୟନ୍ତ ଯିବାକୁ ବସ୍‍,ଟ୍ରେନ,ଉଡ଼ାଜାହାଜ ଆଦିର ସୁବିଧା ରହିଛି। ବହୁ ପ୍ରସିଦ୍ଧ ଏହି ଶୈବ ପୀଠରେ ସହତ୍ସାଧିକ ଭକ୍ତଙ୍କ ଭିଡ଼ ଜମିଥାଏ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories