www.samajalive.in
Saturday, December 6, 2025
15.1 C
Bhubaneswar

କଟ୍…କପି…ପେଷ୍ଟ କମାଣ୍ଡର ଉଦ୍ଭାବକ ଲ୍ୟାରି ଟେସ୍‌ଲର୍‌ଙ୍କ ନିଧନ

ନୂଆଦିଲ୍ଲୀ: ଯଦି ଆପଣ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି, ତେବେ କଟ୍…କପି…ପେଷ୍ଟ (CUT…COPY..PASTE) କମାଣ୍ଡ ବିଷୟରେ ଜାଣିଥିବେ ନିଶ୍ଚୟ। ଏହି ୩ଟି କମାଣ୍ଡ ବିନା କମ୍ପ୍ୟୁଟରରେ କାମ କରିବା ଅସମ୍ଭବ। ଏହି ୩ଟି କମାଣ୍ଡ ଆମ କାମ କରିବାର ଶୈଳୀକୁ ଆହୁରି ସରଳ ଓ ସହଜ କରିଦେଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି, ଏହି ୩ଟି କମାଣ୍ଡକୁ କିଏ ଉଦ୍ଭାବନ କରିଥିଲେ?

କଟ୍…କପି…ପେଷ୍ଟ ଏହି କମାଣ୍ଡର ଉଦ୍ଭାବକ ହେଲେ ଲ୍ୟାରି ଟେସ୍‌ଲର୍‌। ୭୪ ବର୍ଷ ବୟସରେ ଗତ ସୋମବାର ଦିନ ତାଙ୍କର ନିଧନ ହୋଇ ଯାଇଛି। ସେ ନିଜ କ୍ୟାରିୟର ଅଧିକ ସମୟ ଆମେରିକା କମ୍ପାନୀ ‘ଜେରକ୍ସ’ରେ ବିତାଇଥିଲେ। ତାଙ୍କ ବିୟୋଗରେ ଜେରକ୍ସ କମ୍ପାନୀ ତରଫରୁ ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

- Advertisement -

-୧୯୪୫ ମସିହାରେ ନ୍ୟୁୟର୍କର ବ୍ରୋନକ୍ସରେ ଲ୍ୟାରି ଟେସ୍‌ଲର୍‌ ଜନ୍ମ ହୋଇଥିଲେ। କାଲିଫର୍ଣ୍ଣିଆର ଷ୍ଟେନ୍‌ଫର୍ଡ ବିଶ୍ବବିଦ୍ୟାଳୟରେ ସେ ପଢିଥିଲେ।

-୧୯୬୦ରେ ସେ ସିଲିକନ ଭ୍ୟାଲିରେ କାମ କରିବା ଆରମ୍ଭ କରିଥିଲେ। ସେହି ସମୟରେ କମ୍ପ୍ୟୁଟର କିଛି ଲୋକଙ୍କ ମଧ୍ୟରେ ସୀମିତ ଥିଲା।

– ଟେସ୍‌ଲର୍‌ କଟ୍…କପି…ପେଷ୍ଟ (CUT…COPY..PASTE) ଉଦ୍ଭାବନା କରିଥିଲେ। ଯାହା ଦ୍ବାରା କମ୍ପ୍ୟୁଟର ବ୍ୟବହାର ସାଧାରଣ ଲୋକଙ୍କ ପାଇଁ ସହଜସାଧ୍ୟ ହୋଇଥିଲା।

– ଏହା ପରେ ସେ ଫାଇଣ୍ଡ ଏବଂ ରିପ୍ଲେସ୍ (Find and Replace) ଭଳି ଅନେକ କମାଣ୍ଡର ଉଦ୍ଭାବନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories