www.samajalive.in
Saturday, December 6, 2025
14.1 C
Bhubaneswar

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅନନ୍ୟା: ବିଜୟଙ୍କ ସହ ଆସିବେ ନଜର

ମୁମ୍ବଇ: ଖୁବ୍‍ଶୀଘ୍ର ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ନଜର ଆସିବେ ବଲିଉଡ଼ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କ ଆଗାମୀ ପ୍ରେଜେକ୍ଟରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ବିଜୟ ଦେଭରକୋଣ୍ଡାଙ୍କ ସହ ସେ ଅଭିନୟ କରିବେ ବୋଲି ସୂଚନା ମିଳିଛି। ଚଳଚ୍ଚିତ୍ରର ନାଁ ରହିଛି ‘ଫାଇଟର୍‍’। ଏଥିରେ ଅନନ୍ୟା ନାୟିକା ଭୂମିକାରେ ନଜର ଆସିବେ।


ଉଭୟ ହିନ୍ଦୀ ଓ ତେଲୁଗୁ ସମେତ ଆହୁରି ଅନେକ ଭାଷାରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ଏନେଇ ନିର୍ଦ୍ଦେଶକ ଜଗନ୍ନାଧ ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି ଓ ଅନନ୍ୟାଙ୍କୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତକୁ ସ୍ୱାଗତ କରିଛନ୍ତି। ଏହା ବ୍ୟତୀତ ଅନନ୍ୟା ଓ ବିଜୟ ମଧ୍ୟ ଟ୍ୱିଟ୍‍ କରି ପରସ୍ପରକୁ ସ୍ୱାଗତ କରିଛନ୍ତି। ‘ଫାଇଟର୍‍’ କରଣ ଜୋହର, ଚାର୍ମି କୌର୍‍ ଓ ଅପୂର୍ବା ମେହତାଙ୍କ ମିଳିତ ପ୍ରଯୋଜନାରେ ନିର୍ମାଣ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories