ବାସୁଦେବପୁର: ତଦନ୍ତରେ ଅବହେଳା ନେଇ ଭଦ୍ରକ ଜିଲା ବାସୁଦେବପୁର ଥାନା ଏସ୍ଆଇ ନିଲମ୍ବିତ ହୋଇଛନ୍ତି। ସବ୍ଇନ୍ସପେକ୍ଟର ମହାପ୍ରସାଦ ନାୟକଙ୍କୁ ଆଜି(ଗୁରୁବାର) ଏସ୍ପି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।
ସୂଚନା ଅନୁସାରେ, ଗତ ଶନିବାର ବାସୁଦେବପୁରରୁ ଜଣେ ଠିକାଦାର ଅପହୃତ ହୋଇଥିଲେ। ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ଖସିଯିବାରେ ଏସ୍ଆଇ ସହାୟତା କରିଥିବା ଅଭିଯୋଗ ହୋଇଥିଲା। ଏ ବିଷୟରେ ଯାଞ୍ଚ ପରେ ବୁଧବାର ଜଣେ କନଷ୍ଟେବଲ ସମେତ ୪ ଜଣ ଗିରଫ ହୋଇଛନ୍ତି। ତେବେ ଏହି ଘଟଣାରେ ଆଜି ଏସ୍ଆଇଙ୍କୁ ଏସ୍ପି ନିଲମ୍ବନ କରିଛନ୍ତି।



