BJD Bijuli 480×75 Mob

ବିଶ୍ୱ ଚମ୍ପିଆନସିପ୍‍ ସୁଟିଂ: ଦିବ୍ୟାଂଶ-ଶ୍ରେୟାଙ୍କୁ ବ୍ରୋଞ୍ଜ

BJD Bijuli 480×75 Mob
0

ଚାଙ୍ଗ୍‍ୱନ(ଦକ୍ଷିଣ କୋରିଆ): ଦୁଇ ଭାରତୀୟ ସୁଟର ଦିବ୍ୟାଂଶ ସିଂହ ପାନୱାର ଓ ଶ୍ରେୟା ଅଗ୍ରୱାଲ ଏଠାରେ ଚାଲିଥିବା ଆଇଏସଏସଏଫ୍‍ ବିଶ୍ୱ ଚମ୍ପିଆନସିପ୍‍ ସୁଟିଂ ପ୍ରତିଯୋଗିତାରେ ବ୍ରୋଞ୍ଜପଦକ ହାସଲ କରିଛନ୍ତି। ବୁଧବାର ୧୦ ମିଟର ଏୟାର ରାଇଫଲ ମିକ୍ସଡ ଦଳଗତ ଇଭେଣ୍ଟରେ ଦିବ୍ୟାଂଶ ଓ ଶ୍ରେୟା ମିଳିତଭାବେ ୪୩୫ ପଏଣ୍ଟ ସ୍କୋର କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଇଟାଲୀୟ ଯୋଡି ସୋଫିଆ ବେନେଟି ଓ ମାର୍କୋ ସୁପିନିଙ୍କୁ ସ୍ୱର୍ଣ୍ଣପଦକ ମିଳିଥିବାବେଳେ ଇରାନ ଯୋଡି ସାଦେଘିୟାନ ଅର୍ମିନା ଓ ମହମ୍ମଦ ଅମୀର ନେକୋଉନାମ୍‍ଙ୍କୁ ରୌପ୍ୟପଦକ ମିଳିଛି। ଏହି ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଅନ୍ୟ ଭାରତୀୟ ଯୋଡି ଇ.ଭାଲାରିଭାନ୍‍ ଓ ହୃଦୟ ହଜାରିକାଙ୍କୁ ୧୩ଶ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି।
ଏହି ପ୍ରତିଯୋଗିତାରେ ଭାରତର ଜୁନିୟର ସୁଟର ଉନ୍ନତ ପ୍ରଦର୍ଶନ ଜାରି ରଖିଥିବାବେଳେ ସିନିୟର ସୁଟର ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ବୁଧବାର ପୁରୁଷ ୫୦ ମିଟର ରାଇଫଲ ପ୍ରୋନ୍‍ ଇଭେଣ୍ଟରେ ଭାରତର ଚୈନ୍‍ ସିଂହ (୬୨୩.୯ ପଏଣ୍ଟ) ୧୪ଶ ସ୍ଥାନ ଅଧିକାର କରିଥିବାବେଳେ ସଞ୍ଜୀବ ରାଜପୁତଙ୍କୁ (୬୨୦ ପଏଣ୍ଟ) ୪୮ତମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। ୫୦ ମିଟର ରାଇଫଲ ପ୍ରୋନ ଦଳଗତ ଇଭେଣ୍ଟରେ ଚୈନ୍‍ ସିଂହ, ସଞ୍ଜୀବ ରାଜପୁତ ଓ ଗଗନ ନାରଙ୍ଗ ମୋଟ ୧୮୫୬.୧ ପଏଣ୍ଟ ହାସଲ କରି ୧୫ତମ ସ୍ଥାନ ଅଧିକାର କରିଛନ୍ତି।
ମହିଳା ୫୦ ମିଟର ରାଇଫଲ ପ୍ରୋନ୍‍ ଇଭେଣ୍ଟରେ ତେଜସ୍ୱିନୀ ସାୱନ୍ତ ୨୮ଶ ସ୍ଥାନ ଅଧିକାର କରିଥିବାବେଳେ ଅଞ୍ଜୁମ ମୋଦଗିଲ ୩୩ତମ ଓ ଶ୍ରେୟା ସାକ୍ସେନା ୫୪ତମ ସ୍ଥାନରେ ରହିଛନ୍ତି। ମହିଳା ଦଳଗତ ଇଭେଣ୍ଟରେ ତେଜସ୍ୱିନୀ, ଅଞ୍ଜୁମ ଓ ଶ୍ରେୟା ମିଳିତଭାବେ ୧୮୪୮.୧ ପଏଣ୍ଟ ହାସଲ କରି ୬ଷ୍ଠ ସ୍ଥାନରେ ରହିଛନ୍ତି। ଅଞ୍ଜୁମ ଏହି ଇଭେଣ୍ଟରେ ବିଫଳ ହୋଇଥିଲେ ସୁଦ୍ଧା ଦୁଇଦିନ ପୂର୍ବେ ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟପଦକ ଜିତି ୨୦୨୦ ଟୋକିଓ ଅଲିମ୍ପିକ୍‍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବାବେଳେ ଅପୂର୍ବୀ ଚାନ୍ଦିଲାଙ୍କୁ ମଧ୍ୟ ଏହି ସୁଯୋଗ ମିଳିସାରିଛି।

Leave A Reply