www.samajalive.in
Sunday, December 7, 2025
14.1 C
Bhubaneswar

ବିମାନ ବନ୍ଦରରେ ଶସ୍ତାରେ ମିଳିବ ପାଣି, ଚା ଓ ସ୍ନାକ୍ସ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ବିମାନ ବନ୍ଦରରେ ଏଣିକି ଶସ୍ତାରେ ବୋତଲ ପାଣି, ଚା, କଫି ଓ ସ୍ନାକ୍ସ ଉପଲବ୍ଧ ହେବ। ବିମାନ ବନ୍ଦରରେ ଯାତ୍ରୀଙ୍କ ଜଳପାନ ଲାଗି ଉପଲବ୍ଧ ସାମଗ୍ରୀର ଅହେତୁକ ଦରକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇବା ସହ ଏନେଇ ସଂସଦରେ ଅନେକଥର ସାଂସଦମାନେ ମଧ୍ୟ ଆପତ୍ତି ଉଠାଇଥିଲେ। ତେବେ ଏହା ଉପରେ ବିଚାରକରି ଯାତ୍ରୀଙ୍କୁ ଅପେକ୍ଷାକୃତ ଶସ୍ତା ଦରରେ ବୋତଲ ପାଣି ଓ ଅନ୍ୟାନ୍ୟ ଖାଦ୍ୟପାନ ଯୋଗାଇବା ଲାଗି ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ନିଷ୍ପତ୍ତି ନେଇଥିବା ଶନିବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହିସବୁ ସାମଗ୍ରୀକୁ ସର୍ବାଧିକ ଖୁଚୁରା ଦର(ଏମଆରପି)ରେ ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ଦେଶରେ ୯୦ଟି ବିମାନ ବନ୍ଦର ଭିତରେ ଏସବୁ ଖାଦ୍ୟପାନୀୟ ବିଭିନ୍ନ ସଂସ୍ଥା ବିକ୍ରି କରୁଛନ୍ତି। ସଂପ୍ରତି ଉଡାନ୍ ଯୋଜନାରେ ଅଧିକରୁ ଅଧିକ ସହରକୁ ବିମାନସେବା ଦ୍ବାରା ଯୋଡାଯାଉଥିବାବେଳେ ଯାତ୍ରୀ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories