ବିଜେପି ବିଧାୟକଙ୍କ ନାମରେ ମାମଲା

0

ମୁ୍‍ମ୍ବଇ: ଝିଅଙ୍କୁ ଅପହରଣ ସମ୍ପର୍କିତ ବିବାଦୀୟ ମନ୍ତବ୍ୟ ଦେଇଥିବା ମୁମ୍ବଇ ଘାଟକୋପାର ବିଜେପି ବିଧାୟକ ରାମ କଦମ୍‍ଙ୍କ ନାମରେ ମାମଲା ରୁଜୁ ହୋଇଛି। ସୋଲାପୁର ଜିଲା ବାର୍ଶି ପୁଲିସ ଷ୍ଟେସନ୍‍ରେ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ରାମ୍‍ଙ୍କ ନାମରେ ଭାରତୀୟ ଦଣ୍ଡ ବିଧି ସଂହିତା ଧାରା ୫୦୪(ଶାନ୍ତି ଭଙ୍ଗ ଉଦ୍ଦେଶ୍ୟରେ ଅପମାନଜନକ ମନ୍ତବ୍ୟ)ଓ ଧାରା ୫୦୫(ଜନସାଧାରଣଙ୍କ ମନରେ ଭୟ ଉଦ୍ରେକ) ରେ ମାମଲା ରୁଜୁ ହୋଇଛି। ଅବଶ୍ୟ କୋର୍ଟଙ୍କ ବିନାନୁମତିରେ ପୁଲିସ ଏହି ମାମଲାରେ ତଦନ୍ତ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବ ନାହିଁ।
ସୂଚନାଯୋଗ୍ୟ, ଜନ୍ମାଷ୍ଟମୀରେ ମୁମ୍ବଇରେ ଦହିହାଣ୍ଡି ଭଙ୍ଗା ଉତ୍ସବରେ ଏକ ଯୁବକ ସମାବେଶରେ ରାମ କହିିଥିଲେ ଯେ ଯଦି ବିବାହ ପ୍ରସ୍ତାବ କିମ୍ବା ପ୍ରେମ ନିବେଦନକୁ ଝିଅମାନେ ପ୍ରତ୍ୟାଖ୍ୟାନ କରନ୍ତି ତେବେ ଯୁବକମାନେ ତାଙ୍କର ସହାୟତା ନେଇପାରିବେ। ଯଦି ଯୁବକଙ୍କ ପିତାମାତା ପ୍ରସ୍ତାବରେ ରାଜି ହୁଅନ୍ତି ତେବେ ସମ୍ପୃକ୍ତ ଝିଅଙ୍କୁ ଉଠାଇ ଆଣି ଯୁବକଙ୍କୁ ହସ୍ତାନ୍ତର କରିବେ ବୋଲି ରାମ୍‍ କହିଥିଲେ।

Leave A Reply