BJD Bijuli 480×75 Mob

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ସରକାରଙ୍କ ନିଜସ୍ୱ:ସ୍ୱାସ୍ଥ୍ୟ ବିଭାଗ

BJD Bijuli 480×75 Mob
0

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ନିଜକୁ ସାମିଲ ନକରି ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ୧୦୦୩.୫୨ କୋଟି ଟଙ୍କା ବ୍ୟୟ ବରାଦରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି। ଚଳିତବର୍ଷ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ସହାୟତା ରହିଛି ବୋଲି ଅତିରିକ୍ତ ବଜେଟ ଉପସ୍ଥାପନ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ନେଇ ବିବାଦ ଦେଖା ଦେଇଛି। ଏହି ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି।
ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସହାୟ, ନିଦାନ, ଟେଲି ମେଡିସିନ ସହ ସୁନେତ୍ର ପାଇଁ ମାଗଣାରେ ସେବା ଯୋଗାଣ ବ୍ୟବସ୍ଥା ରହିଛି। ୟୁଜର୍ସ ଫି ଉଚ୍ଛେଦ କରାଯାଇଛି। ଏହି ଯୋଜନା ସମନ୍ୱିତ ସ୍ୱାସ୍ଥ୍ୟସେବା ପାଇଁ ଉଦ୍ଦିଷ୍ଟ। ଏଥିରେ ସଂଖ୍ୟାଧିକ ସ୍ୱାସ୍ଥ୍ୟ ସେବା ଓ ଯୋଜନା ସାମିଲ ଅଛି। ଏହି ଯୋଜନାରେ କେନ୍ଦ୍ରୀୟ ସହାୟତା ବାବଦରେ ୭୦୦କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି। ଶ୍ରୀ ପାଣ୍ଡେଙ୍କ ଏହି ତଥ୍ୟ ଉପରେ ସ୍ୱାସ୍ଥ୍ୟ ବିଭାଗ ଆପତ୍ତି ଉଠାଇ ସ୍ପଷ୍ଟୀକରଣ ଦେଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ସୂଚନା ଦେବା ବେଳେ ଶ୍ରୀ ପାଣ୍ଡେ ଭୁଲବଶତଃ ଜାତୀୟ ସ୍ୱାସ୍ଥ୍ୟ ମିଶନ ବାବଦରେ କହିଛନ୍ତି। ଦେଶରେ ବିଭିନ୍ନ ଜନସ୍ୱାସ୍ଥ୍ୟ ଯୋଜନାର ଋପାୟନ ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସ୍ୱତନ୍ତ୍ର ଭାବେ କାର୍ୟ୍ୟ କରୁଛି। ଏହା ଆରମ୍ଭ ହେବା ଦିନ ଠାରୁ ଦେଶର ବିଭିନ୍ନ ରାଜ୍ୟକୁ ମିଶନ ଅଧୀନସ୍ଥ ଯୋଜନା ପାଇଁ ସହାୟତା ଦିଆଯାଉଛି। ଓଡ଼ିଶାକୁ ଏ ବାବଦରେ ୭୮୫କୋଟି ଟଙ୍କା ମିଳିଛି।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କେନ୍ଦ୍ର ସରକାରଙ୍କ ବିନା ସହାୟତାରେ ଓଡ଼ିଶା ସରକାରଙ୍କ ନିଜସ୍ୱ ପାଣ୍ଠିରେ ଚାଲିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଭାଗ କହିଛି ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟର
ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓଡିଶା ସରକାରଙ୍କ ଏକ ପ୍ରମୁଖ କାର୍ୟ୍ୟକ୍ରମ। ଯୋଜନାରେ ଦୁଇଟି ପ୍ରମୁଖ ଉପାଦାନ ରହିଛି। ପ୍ରଥମଟିରେ ରାଜ୍ୟରେ ଥିବା ୭୦ ଲକ୍ଷ ଆର୍ଥିକ ଅନଗ୍ରସର ପରିବାରର ମହିଳାଙ୍କ ନିମନ୍ତେ ବାର୍ଷିକ ୭ ଲକ୍ଷ ଓ ପୁରୁଷଙ୍କ ନିମନ୍ତେ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ଚଳିତ ଆରô୍ଥକବର୍ଷ ରାଜ୍ୟ ସରକାର ୨୯୦ କୋଟି ଟଙ୍କା ବ୍ୟୟ କରିବେ।
ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ଜିଲା ମୁଖ୍ୟ ଚିକିତ୍ସାଳୟ ପର୍ୟ୍ୟନ୍ତ ରାଜ୍ୟରେ ଥିବା ସବୁ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସମସ୍ତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ ହେବ। ଏଥିରେ କୌଣସି ବ୍ୟକ୍ତିଙ୍କ ଆୟ , ସ୍ଥିତି କିମ୍ବା ବାସସ୍ଥାନ ବାଧକ ହେବ ନାହିଁ। ରାଜ୍ୟ ସରକାର ଏ ବାବଦରେ ଚଳିତ ଆର୍ଥିକ ବର୍ଷରେ ୭୧୩.୫୨ କୋଟି ଟଙ୍କା ବ୍ୟୟ କରିବେ। ଫଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ମୋଟ ୧୦୦୩.୫୨ କୋଟି ଟଙ୍କା ବ୍ୟୟ ହେବ।

Leave A Reply