ବର ଘରେ ପସି ଜିନିଷ ପତ୍ର ଫୋପାଡ଼ିଲେ ମହିଳା ଘର ଲୋକେ; ଥାନା ଆଗରେ ମହିଳାମାନଙ୍କ ଧାରଣା
ଏରସମା : ଜଗତସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ସୋମପୁର ପଞ୍ଚାୟତ କାଞ୍ଜିଆକଣ ଗ୍ରାମର ସୁଷମା ସାସମଲଙ୍କ ସାନପୁଅ କେଶବ ସାସମଲର ନିକଟସ୍ଥ ପଂଚପଲ୍ଲୀର ଜନୈକ ଯୁବତୀଙ୍କ ସହ ପ୍ରେମ ବିବାହ ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତି ସମୟରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ସମସ୍ୟା ଉପୁଜିଥିଲା । ଶେଷରେ ଉଭୟ ଉଭୟଙ୍କୁ ଦୋଷାରୋପ କରିଥିଲେ। ପରେ ପଞ୍ଚାୟତର ଭଦ୍ରଲୋକଙ୍କ ମାଧ୍ୟମରେ ଆପୋଷ ସମାଧାନ କରା ଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରି ନଥିଲା । ଯାହା ଫଳରେ କଥା ଥାନା ପର୍ୟ୍ୟନ୍ତ ଯାଇଥିଲା । ଗତକାଲି ପୂର୍ବାହ୍ନରେ ଏରସମା ପୁଲିସ ସହିତ ଝିଅ ଘର ପକ୍ଷ ଅଚାନକ ଆସି କାଞ୍ଜିଆକଣସ୍ଥିତ ପୁଅ ଘରେ ପହଞ୍ଚି ଜିନିଷପତ୍ର ନେବା ପାଇଁ ଅଡି ବସିଥିଲେ । ପୁଅ ଘର ପକ୍ଷଙ୍କୁ କୌଣସି ସୂଚନା ନଦେଇ ତାଙ୍କ ଘରେ ପସି ଜୋର ଜବରଦସ୍ତ ଜିନିଷ ନେଉ ଥିବାର ସ୍ଥାନୀୟ ଗ୍ରାମର ମହିଳା ସଂଗଠନ ଏହାକୁ ବିରୋଧ କରିଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ଘଟଣାକୁ ନେଇ ପାଟିତୁଣ୍ଡ ଓ ବିରୋଧ ହୋଇଥିଲା । ଏହାର ପ୍ରତିବାଦରେ ସୋମବାର କାଞ୍ଜିଆକଣ ଗ୍ରାମର ମହିଳା ସଂଗଠନର ମହିଳାମାନେ ଏରସମା ଥାନା ସମ୍ମୁଖରେ ବସି ଘଟଣାର ସତ୍ୟାସତ୍ୟ ପଦାକୁ ଆସୁ ଏବଂ ଦୋଷୀ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯାଉ ଏବଂ ପୁଲିସ କାହିଁକି ସୂଚନା ନଦେଇ ତାଙ୍କ ଘର ମଧ୍ୟରେ ପସି ଥିଲେ ତାହାର କାରଣ କଣ ବୋଲି ମହିଳାମାନେ ଏରସମା ଥାନା ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ଆଇଆଇସି ଅନୁପସ୍ଥିତ ଥିବାରୁ ଥାନା ଦାଇତ୍ୱରେ ଥିବା ଅଧିକାରୀ ମହିଳାମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ କରି ଆଇଆଇସି ପହଞ୍ଚିଲେ ଘଟଣା ସମ୍ପର୍କରେ ଉଭୟ ପକ୍ଷଙ୍କୁ ଡକାଯାଇ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଧାରଣାରୁ ଉଠିଥିଲେ ।
Comments are closed.