ପ୍ରଣବଙ୍କୁ ଇଡି ସମନ
ଭୁବନେଶ୍ୱର: ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆସନ୍ତା ୭ ତାରିଖରେ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ସମନ୍ ଜାରି କରିଛନ୍ତି। ଧଳସାମନ୍ତ ବ୍ରଦର୍ସଙ୍କ ବ୍ୟବସାୟିକ କାରବାର ସହିତ ପ୍ରଣବଙ୍କ ଟ୍ରାନ୍ସପୋର୍ଟ କମ୍ପାନୀର ସମ୍ପର୍କ ଥିବା ଇଡି ଜାଣିବାକୁ ପାଇଛନ୍ତି। ତେଣୁ ୨୦୦୫ରୁ ୨୦୧୦ ପର୍ଯ୍ୟନ୍ତ କାରବାର ସମ୍ପର୍କିତ ସମସ୍ତ କାଗଜପତ୍ର ସହିତ ହାଜର ହେବା ପାଇଁ ପ୍ରଣବଙ୍କୁ ଇଡି କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି।