BJD Bijuli 480×75 Mob

ପୂର୍ବ ଦଳ ଅପେକ୍ଷା କୋହଲିଙ୍କ ଦଳ ବିଦେଶରେ ଅଧିକ ସଫଳ: ଶାସ୍ତ୍ରୀ

BJD Bijuli 480×75 Mob
0

ଲଣ୍ଡନ: ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍‍ ଦଳ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‍କୁ ଇଂଲଣ୍ଡ ୩-୧ରେ ଜିତି ସାରିଛି। ଏହାସତ୍ତ୍ବେ ଭାରତୀୟ ଦଳକୁ ଉଚ୍ଚପ୍ରଶଂସା କରିଛନ୍ତି ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଏହି ଦଳ ଭାରତର ପୂର୍ବ ଦଳମାନଙ୍କ ଅପେକ୍ଷା ବିଦେଶରେ ଅଧିକ ସଫଳତା ପାଇଛି ବୋଲି ରବି ଶାସ୍ତ୍ରୀ ମତ ଦେଇଛନ୍ତି।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ରବି ଶାସ୍ତ୍ରୀ କହିଥିଲେ ଟେଷ୍ଟ ସିରିଜ୍‍ରେ ଭାରତୀୟ ଖେଳାଳି ଭଲ ସଂଘର୍ଷ କରିଛନ୍ତି। ତେବେ ଇଂଲଣ୍ଡ ଅଧିକ ଉନ୍ନତ ପ୍ରଦର୍ଶନ କରି ସିରିଜ୍‍ ବିଜୟୀ ହୋଇଛି। ଗତ ୩ ବର୍ଷ ମଧ୍ୟରେ ଭାରତୀୟ ଦଳ ବିଦେଶରେ ୩ଟି ସିରିଜ୍‍ ଜିତିଛି। ଗତ ୧୫-୨୦ ବର୍ଷ ମଧ୍ୟରେ ଏତେ କମ୍‍ ସମୟ ମଧ୍ୟରେ କୌଣସି ଭାରତୀୟ ଦଳ ଏପରି ସଫଳତା ହାସଲ କରି ପାରିନାହାନ୍ତି। ଦଳ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ରେ ଲଢ଼େଇ କରି ପରାଜିତ ହୋଇଥିôବାରୁ ସେ ଦୁଃଖିତ ଅଛନ୍ତି। ବିଦେଶ ମାଟିରେ ଟେଷ୍ଟ ସିରିଜ୍‍ରେ ବିଜୟ ହାସଲ କରିବା ନିମନ୍ତେ ଖେଳାଳିଙ୍କୁ ମାନସିକ ସ୍ତରରେ ଅଧିକ ଦୃଢ଼ ହେବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି। ସେହିପରି ନିଜ ଭୁଲ୍‍ର ପୁନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ବିଦେଶ ମାଟିରେ ବିଜୟୀ ହେବାକୁ ହେଲେ ଭାରତୀୟ ବ୍ୟାଟସମ୍ୟାନ୍‍ଙ୍କୁ କ’ଣ କରିବାକୁ ପଡ଼ିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶାସ୍ତ୍ରୀ କହିଥିଲେ କେଉଁ ବଲ୍‍କୁ କିପରି ଭାବେ ଖେଳିବାକୁ ପଡ଼ିବ ସେ ସଂପର୍କରେ ବ୍ୟାଟସମ୍ୟାନ୍‍ଙ୍କୁ ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ। ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ସ୍ପିନର ମୋଇନ ଯେପରି ବୋଲିଂ କଲେ ତାହାକୁ ପ୍ରଶଂସା କରିଛନ୍ତି ଶାସ୍ତ୍ରୀ। ମୋଇନ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‍ ଅଶ୍ୱିନଙ୍କ ଠାରୁ ଭଲ ପ୍ରଦର୍ଶନ କରିଥିଲେ ବୋଲି ସେ ମତ ଦେଇଛନ୍ତି। ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟସମ୍ୟାନ୍‍ ଚେତେଶ୍ୱର ପୂଜାରା ଶତକ ହାସଲ କରିଥିବାରୁ ଶାସ୍ତ୍ରୀ ସନ୍ତୋଷବ୍ୟକ୍ତ କରିଥିଲେ। ଇଂଲଣ୍ଡ ପିଚ୍‍ରେ ଶତକ ମାରିବା କଷ୍ଟକର ହୋଇଥିଲେ ସୁଦ୍ଧା ପୂଜାରା ଏହା କରି ଦେଖାଇ ଥିବାରୁ ସେ ପ୍ରଶଂସାର ପାତ୍ର ବୋଲି ଶାସ୍ତ୍ରୀ ମତ ଦେଇଛନ୍ତି।

Leave A Reply