ପୂର୍ବତନ ବିଧାୟକଙ୍କୁ ମିଳିବ ଚିକିତ୍ସା ଭତ୍ତା

0

ଭୁବନେଶ୍ବର​‌:ଏଣିକି ପୂର୍ବତନ ବିଧାୟକମାନେ ମାସିକ ଦୁଇ ହଜାର ଟଙ୍କା ଲେଖାଏଁ ଚିକିତ୍ସାଭତ୍ତା ପାଇବେ। ସେମାନଙ୍କ ବାସ୍ତବ ସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଇବାକୁ ଏହି ନୂତନ ବ୍ୟବସ୍ଥା କରାଯାଇଛି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଉପସ୍ଥାପନ କରିଥିବା ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ(ସଂଶୋଧନ) ବିଧେୟକ ୨୦୧୮ ଗୁରୁବାର ପାରିତ ହୋଇଛି।
ସୂଚନାଯୋଗ୍ୟ ଯେ ପୂର୍ବତନ ବିଧାୟକମାନେ ପୂର୍ବରୁ ଚିକିତ୍ସାଭତ୍ତା ବାବଦରେ କିଛି ପାଉ ନଥିଲେ। ପ୍ରଥମ ଥର ପାଇଁ ଏଭଳି ସୁବିଧା ପାଇବେ। ବିଧେୟକ ଉପରେ ଆଲୋଚନାରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ମହେଶ ସାହୁ ପ୍ରମୁଖ ଭାଗ ନେଇଥିଲେ।

kalyan agarbati
Leave A Reply