www.samajalive.in
Tuesday, December 9, 2025
16.1 C
Bhubaneswar

ପୁଣି ହତାଶ କଲା ଚକଡ଼ା: ଜାଳିଦେଲେ ୮ ଏକର ଫସଲ

ବଲାଙ୍ଗିର: ଚକଡା ଖାଉଛି ଚାଷୀଙ୍କ ଧାନ ଫସଲ। ଜମିକୁ ଜମି ଡେଇଁ ଏକା ଥରକେ ମାଡି ଯାଉଛି ଶହ ଶହ ଏକର। ବିଭାଗୀୟ କୃଷି ଅଧିକାରୀଙ୍କ ଅଣଦେଖା ତଥା ଉଦାସୀନତା ମନୋଭାବ ଯୋଗୁଁ ଚାଷୀ ଏବେ ସମ୍ପୂର୍ଣ୍ଣ ହତାଶ। ନିରୁପାୟ ଚାଷୀ ସରକାରୀ ଅବହେଳାରେ ଚିନ୍ତିତ ହୋଇ ଜାଳିପକାଉଛନ୍ତି ଏକର ଏକର ଧାନ ଫସଲ।
ଚଳିତ ବର୍ଷ କିଛି ପରିମାଣରେ ଭଲ ବର୍ଷା ହୋଇଥିବା ବେଳେ ଭଲ ଧାନ ପାଇବା ଆଶାରେ ରହିଥିଲା ଚାଷୀ। କିନ୍ତୁ ଗତ ମାସେ ହେଲା ଚାଷୀର ନିଦ ହଜାଇ ଦେଇଛି ଚକଡା ପୋକ। କିଛି ଦିନ ପୂର୍ବରୁ ଯେଉଁ ଜମିରେ ସବୁଜ ଧାନ ହସୁଥିଲା ସେହି ଜମିରେ ଚକଡା ପୋକ ଯୋଗୁ ସବୁ ଧାନ ଧୂସର ହୋଇ ନଷ୍ଟ ହୋଇଯାଉଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲାର ଲୋଇସିଂହା, ଦେଓଗାଁ, ଗୁଡଭେଲା ଏବଂ ସଦର ବ୍ଲକରେ ଚକଡା ପୋକ ଯୋଗୁ ଧାନ ଫସଲ ନଷ୍ଟ ହେବାରେ ଲାଗିଛି।
ଫଳରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସାହାଜବାହାଲର ଅନୀଲ ହୋତା ୫ ଏକର, ଝରେଇବାହାଲି ଗାଁର ଅଶୋକ ପଧାନ ୩ ଏକର ଚାଷ ଜମିରେ ନିଆଁ ଲଗେଇ ଦେଇଥିବା ଜଣାପଡିଛି। ସେମାନଙ୍କ ଅଭିଯୋଗ ହେଲା, ‘ଆର୍‍ କେତେ ଦିନ ସହେମୁଁ, ଚାଷୀକେ ତ ସରକାର ପଚରାବାର ବି ନାଇଁ। ଏତକି ଚାଷ ଏତିକି ପରିଶ୍ରମ କାହାର ଲାଗି କରୁଥିନୁ। ଶେଷେ ଆମେ ଏକା କ୍ଷତି ସହେନୁ। ଯେନ ଉଷୋ ଦେଲେ ବି ଚକଡା ନାହିଁ ଛାଡଲା। ଯାହା ଲସ ହେଲା ଆମର ହେଇଛେ, ସରକାର କାଏଁ ପଏସେ ଅଧେ ଗଲା ଭାଏଲ। ହତାଶ ହେଲୁଁ ଶେଷେ ଦୁହିଁ ଲୋକ ଆମର ୮ ଏକର ଚାଷ ଜମିକେ ଆକିଁ ଦେଲୁ’ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପକ୍ଷରେ ଚକଡା ସମ୍ପର୍କରେ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଯାହା କ୍ଷୟକ୍ଷତି ହୋଇଛି ତାହା ସରକାରଙ୍କ ପାଖକୁ ରିପୋର୍ଟ ପଠାଯିବ। ଚାଷୀଙ୍କ ସମସ୍ୟା ପ୍ରତି ଆମେ ଯଥେଷ୍ଟ ଯତ୍ନବାନ ରହିଛୁ ବୋଲି କହିଛନ୍ତି। ଜିଲା କୃଷି ଅଧିକାରୀ ଚକଡାରେ ଚାଷୀ ଆଉ ଟିକିଏ ଔଷଧ ପକେଇବା କଥା। ଯେତିକି ଔଷଧ ପଡିବା କଥା ପଡିନି। ତେବେ ବର୍ତ୍ତମାନ ସ୍ଥିତି ଗମ୍ଭୀର ନାହିଁ ବୋଲି ସେ ସଫେଇ ଦେଇଛନ୍ତି। ହେଲେ ଚାଷୀ କିନ୍ତୁ କୃଷି ବିଭାଗର କାର୍ଯ୍ୟାବଳିକୁ ନେଇ ନାରାଜ। ଆସଲ ଅସୁବିଧାକୁ ପରଖି ସୁବିଧା ବାହାର କରୁନଥିବା ବେଳେ ଫୋନରେ ଯାହା ତାହା ଔଷଧ କହୁଛନ୍ତି। ସେହି ଔଷଧ କିଣି ଚାଷରେ ପକେଇଲେ ମଧ୍ୟ ଚକଡା ପୋକ ମରିବାର ନାଁ ନେଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories