www.samajalive.in
Sunday, December 7, 2025
26.1 C
Bhubaneswar

ପାକ୍‌ ବନ୍ଧୁତ୍ବ ପ୍ରସ୍ତାବ ପ୍ରତି ଭାରତ ସକାରାତ୍ମକ ହେଉ

ଶ୍ରୀନଗର: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦେଇଥିବା ବନ୍ଧୁତ୍ବର ପ୍ରସ୍ତାବକୁ ଭାରତ ସକାରାତ୍ମକ ଭାବେ ଗ୍ରହଣ କରିବା ଉଚିତ ବୋଲି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି। ରବିବାର ମେହବୁବା କହିଛନ୍ତି ଯେ ତାଙ୍କ ପିତା ମୁଫତି ମହମ୍ମଦ ସଇଦ କେବେହେଲେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନ ଥିଲେ।
ଜାମ୍ମୁ-କାଶ୍ମୀରବାସୀ କିପରି ଦୁଃଖ, ଯାତନାରୁ ମୁକ୍ତି ପାଇବେ ତାହା ତାଙ୍କ ପିତାଙ୍କ ଉଦ୍ଦେଶ୍ୟ ଥିଲା। ମେହବୁବା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନ ସହିତ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରଖିବାକୁ ସର୍ବଦା ଚେଷ୍ଟା କରିଆସିଥିଲେ। ବାଜପେୟୀଙ୍କ ସେହି ଆଭିମୁଖ୍ୟକୁ ଏବେ ଦୋହରାଯିବା ଦରକାର।
ପିଡିପି-ବିଜେପି ମେଣ୍ଟ ସରକାର ସମୟରେ କାଶ୍ମୀରବାସୀଙ୍କ ଜୀବନରେ ଉନ୍ନତି ଆଣିବା ଓ ପାକିସ୍ତାନ ସହିତ ସୁସମ୍ପର୍କ ସ୍ଥାପନ ପାଇଁ ସେ ସର୍ବଦା ଚେଷ୍ଟା କରିଆସିଥିଲେ ବୋଲି ମେହବୁବା କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରାଇବା ପାଇଁ ଏବେ ଅନୁକୂଳ ପରିବେଶ ନାହିଁ। ସମସ୍ତଙ୍କୁ ସୁରକ୍ଷା ଯୋଗାଇବା ଅସମ୍ଭବ। ତେଣୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଏ ଦିଗରେ ସମସ୍ତ ଦଳଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବା ଦରକାର।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories