BSKY banner  750×100

ପାକିସ୍ତାନରେ ଆମେରିକା ବିରୋଧୀ ସ୍ୱର ତେଜୁଛି

nua o banner
0

ଇସଲାମାବାଦ୍‍: ପାକିସ୍ତାନକୁ ଆମେରିକାର ୩୦୦ ନିୟୁତ ଡଲାର ସହାୟତା ଯୋଜନା ପ୍ରତ୍ୟାହାର ଘୋଷଣା ପରେ ପାକିସ୍ତାନରେ ଆମେରିକା ବିରୋଧୀ ସ୍ୱର ତୀବ୍ର ହେବାରେ ଲାଗିଛି। ପାକିସ୍ତାନର ରାଜନୈତିକ ଦଳଗୁଡ଼ିକୁ ଆମେରିକାର ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଥିବା ବେଳେ ବିଭିନ୍ନ ସମ୍ବାଦପତ୍ରର ସମ୍ପାଦକୀୟରେ ଆମେରିକା ବିରୋଧୀ ସ୍ୱର ପ୍ରତିଫଳିତ ହୋଇଛି। ବୁଧବାର ଆମେରିକାର ପରରାଷ୍ଟ୍ର ବିଭାଗ ସଚିବ ମାଇକ୍‍ ପମ୍ପେଓଙ୍କ ପାକିସ୍ତାନ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ତାଙ୍କୁ ନୈତିକ ଓ କୂଟନୈତିକ ବିରୋଧ କରିବା ପାଇଁ ଆମେରିକା ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ଙ୍କ ଉପରେ ଚାପ ପଡ଼ୁଛି।
ପମ୍ପେଓଙ୍କୁ ଇମ୍ରାନ୍‍ ଖାନ୍‍ ସାକ୍ଷାତ କରିବା ଉଚିତ୍‍ ନୁହେଁ ବୋଲି ପାକିସ୍ତାନ ବିରୋଧୀ ଦଳ ପାକିସ୍ତାନ ପିପୁଲ୍‍ସ ପାର୍ଟି(ପିପିପି)ର ନେତା ତଥା ସିନେଟର ରାଜା ରାବାନୀ କହିଛନ୍ତି। ସମ୍ବାଦପତ୍ର ‘ଡନ’କୁ ସାକ୍ଷାତକାର ଦେଇ ରାବାନୀ କହିଛନ୍ତି ଯେ ଯେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଯାଉଛନ୍ତି ସେତେବେଳେ ଆମେରିକା ରାଷ୍ଟ୍ରପତି ତାଙ୍କୁ ସ୍ୱାଗତ କରିବାକୁ ଆସନ୍ତି ନାହିଁ। ତେଣୁ ଏଥର ଇମ୍ରାନ୍‍ ମଧ୍ୟ ପମ୍ପେଓଙ୍କୁ ସାକ୍ଷାତ କରିବା ଉଚିତ ନୁହେଁ। ସ୍ଥାନୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନ ଯଥାସାଧ୍ୟ ଉଦ୍ୟମ କରୁଛି। କିନ୍ତୁ ସେଥିରେ ଆମେରିକା ସନ୍ତୁଷ୍ଟ ନୁହେଁ। ପାକିସ୍ତାନକୁ ଋଣ ନ ଦେବା ପାଇଁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଉପରେ ଆମେରିକା ହିଁ ଚାପ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

Leave A Reply