ନାମ ଧନମତି, କିନ୍ତୁ ରହିବା ପାଇଁ ବାସ ଟିଏ ନାହିଁ

୯୭ ବର୍ଷ ଧରି କରୁଛନ୍ତି ସଂଘର୍ଷ
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ଗାଆଁର ମାହାଲିପଡ଼ାରେ ରହନ୍ତି ଧନମତି। ନାଆଁ ଧନମତି, କିନ୍ତୁ ରହିବା ପାଇଁ ବାସ ଟିଏ ନାହିଁ। ବୟସ ତାଙ୍କର ୯୭। ୨୦୦୭ ମସିହାରୁ ସ୍ବାମୀଙ୍କ ପରଲୋକ ହୋଇସାରିଛି। ସ୍ବାମୀଙ୍କ ମୃତ୍ୟୁ ପରେ ସେ ବାସହରା ହୋଇଯାଇଛନ୍ତି। ସ୍ବାମୀ ବଞ୍ଚିଥିବାବେଳେ ସେ ସମ୍ପର୍କୀୟଙ୍କ ଘରେ ଆଶ୍ରା ନେଇ ଆସିଛନ୍ତି। ଅଖା ସୂତାରୁ ପଘା, ଶିକୁଳି, ଦୌଡ଼ି ଆଦି ତିଆରି କରି ସେ ପରିବାର ପ୍ରତିପୋଷଣ କରନ୍ତି। ଶରୀର ସୁସ୍ଥ ଥିବା ବେଳେ ଦିନକୁ ୬/୮ଟି ପଘା ବା ଶିକୁଳି ତିଆରି କରି ପାରୁଥିଲେ। ଏବେ ପରିଣତ ବୟସରେ ଆଖି ସହ ଶରୀର ବି ଦୁର୍ବଳ ହୋଇ ପଡିଛି। ତଥାପି ସେ ହlରି ନାହାନ୍ତି ଜୀବନର ସଂଗ୍ରାମରେ। ଆଜି ମଧ୍ୟ ସେ ଖଟିଆରେ ବସି ପଘା ତିଆରି କରି ପେଟ ପୋଷିବାର ସଂଘର୍ଷ ଜାରି ରଖିଛନ୍ତି। ୧୯୮୬ ମସିହାରୁ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ମାସକୁ ୭୦୦ ଟଙ୍କା ଓ ପାଞ୍ଚ କେଜି ଚାଉଳ ପାଉଛନ୍ତି।
ହେଲେ ବାସ ନଥିବାରୁ ସେ ଲିଖିତ ଭାବରେ ଅନେକ ଥର ବ୍ଲକ ପ୍ରଶାସନ କୁ ଜଣାଇ ଆସୁଥିଲେ ସୁଦ୍ଧା , ଆଜିଯାଏ କେହି ତାଙ୍କ ପ୍ରତି ଦୃଷ୍ଟି ଦେଇ ନାହାନ୍ତି।
ଧନମତି ଆଜି ବାହାରେ ଧାନ ବିଲକୁ ଲାଗି ରହିଥିବା ତାଳପତ୍ରରେ ନିର୍ମିତ କୁଡ଼ିଆରେ ରୁହନ୍ତି ଏବଂ ଏକ ଖଟିଆ ହେଉଛି ତାଙ୍କର ମୁଖ୍ୟ ସାହାରା,ବା ଦୁଃଖ ସୁଖର ସାଥୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଗରିବ ଧନମତିଙ୍କ ପାଇଁ ଘରଟିଏ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

kalyan agarbati

Comments are closed.