www.samajalive.in
Sunday, December 7, 2025
18.1 C
Bhubaneswar

ଦୃଷ୍ଟିହୀନ ଆନ୍ତଃରାଜ୍ୟ କ୍ରିକେଟ: ଓଡ଼ିଶା ଚମ୍ପିଆନ

ଭୁବନେଶ୍ୱର: ହାଇଟେକ୍‍ ମେଡିକାଲ କଲେଜ ଖେଳପଡ଼ିଆରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ଆନ୍ତଃରାଜ୍ୟ ଦ୍ୱିପାକ୍ଷିକ ଟି୨୦ ଦୃଷ୍ଟିହୀନ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଚମ୍ପିଆନ ହୋଇଛି। ଉଭୟ ଦଳ ମଧ୍ୟରେ ଶନିବାର ଓ ରବିବାର ଦୁଇଦିନ ଧରି ମୋଟ ୩ ଟି ୨୦ଟ୍ୱୋଣ୍ଟି ମ୍ୟାଚ ଖେଳାଯାଇଥିଲା। ମହମ୍ମଦ ଜାଫର ଇକବାଲଙ୍କ ନେତୃତ୍ୱରେ ଖେଳିଥିବା ଓଡ଼ିଶା ୨ଟି ଓ ଆନ୍ଧ୍ରପ୍ରଦେଶ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିଲା। ଜାଫର ଇକ୍‍ବାଲ ମ୍ୟାନ ଅଫ ଦି ଫାଇନାଲ ଓ ବି-୧ ବିଭାଗରେ ମ୍ୟାନ ଅଫ ଦି ସିରିଜ୍‍, ବି-୨ ବିଭାଗରେ ପଙ୍କଜ ଭୂଏ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ। ଅତିଥି ଭାବେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଡ. ମିନତି ବେହେରା, ହାଇଟେକ୍‍ ମେଡ଼ିକାଲ କଲେଜ ପ୍ରଶାସନିକ ଅଧିକାରୀ ଭୀଷ୍ମ ପ୍ରସାଦ ରଥ, ସ୍ପେଶାଲ ଅଲିମ୍ପିକ୍‍ ଭାରତ ଓଡ଼ିଶା ନିର୍ଦେଶକ ପ୍ରକାଶ ରଥ ପୁରସ୍କାର ପ୍ରଦାନ କରିଥିଲେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories