ଦୁଇ ସନ୍ଦିଗ୍ଧ ଆଇଏସ୍ ଆତଙ୍କବାଦୀ ଗିରଫ

0

ନୂଆଦିଲ୍ଲୀ,୭ା୯: ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ଶୁକ୍ରବାର ଦୁଇଜଣ ସନ୍ଦିଗ୍ଧ ଇସଲାମିକ ଷ୍ଟେଟ (ଆଇଏସ୍) ଆତଙ୍କବାଦୀଙ୍କୁ ଦିଲ୍ଲୀର ଲାଲ୍ କିଲ୍ଲା ଅଞ୍ଚଳରୁ ଗିରଫ କରିଛି। ସେମାନଙ୍କ ନାମ ପରଭେଜ ଓ ଜାମସେଦ ବୋଲି ଜଣାଯାଇଛି। ଇସଲାମିକ ଷ୍ଟେଟ୍ ସହିତ ଅନୁବନ୍ଧିତ ଜାମ୍ମୁ-କାଶ୍ମୀରର ଏକ ଆତଙ୍କବାଦୀ ସଂଗଠନ ଆଇଏସଜେକେ ପାଇଁ ଏମାନେ କାମ କରୁଥିଲେ। ସେମାନେ ଜାମ୍ମୁ-କାଶ୍ମୀର ସୋପିଆନ ଜିଲାର ବାସିନ୍ଦା। ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଗୁଇନ୍ଦା ସୂଚନା ଆଧାରରେ ଆତଙ୍କବାଦୀ ଦୁଇଜଣଙ୍କୁ ଲାଲ କିଲ୍ଲାର ଏକ ବସଷ୍ଟାଣ୍ଡରୁ ଗିରଫ କରାଯାଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ସେମାନଙ୍କୁ ଜେରା କରିଛନ୍ତି। ଦୁଇଜଣ ଯାକ ଇଞ୍ଜିନିୟରିଂ ଛାତ୍ର ଓ ଦିଲ୍ଲୀ ସହର ବାବଦରେ ସେମାନେ ଭଲଭାବେ ପରିଚିତ।

Leave A Reply