mission shakti banner

ଦିନକ ପାଇଁ ପୁଲିସ ଇନ୍ସପେକ୍ଟର ୭ ବର୍ଷର ବାଳକ

BSKY banner  750×100
0

ମୁମ୍ବଇ: ମୁମ୍ବଇ ପୁଲିସ ପୁଣିଥରେ ଜନତାଙ୍କ ହୃଦୟ ଜିଣିଛି। ଏଥର ଏକ କୁନି ପୁଅର ଇଚ୍ଛା ପୂରଣ ଲାଗି ତାକୁ ଗୋଟିଏ ଦିନ ଲାଗି ମୁଲୁଣ୍ଡ ଥାନା ଦାୟିିତ୍ୱ ଦେଇଛି ମୁମ୍ବଇ ପୁଲିସ। ୭ ବର୍ଷର ବାଳକ ଅର୍ପିତ ମଣ୍ଡଳ କର୍କଟ ରୋଗରେ ପୀଡ଼ିତ ହୋଇ ଜୀବନ ସହ ସଂଗ୍ରାମ କରୁଛି। ତେବେ ଭବିଷ୍ୟତରେ ଅର୍ପିତ ପୁଲିସ ଅଫିସର ହେବାର ସ୍ୱପ୍ନ ରହିଛି। ତାଙ୍କ ଏହି ସ୍ୱପ୍ନ ସାକାର କରିବା ଲାଗି ମୁମ୍ବଇ ପୁଲିସ ତାଙ୍କୁ ଖାକି ପୋଷାକ ପିନ୍ଧାଇ ଚୌକିରେ ବସାଇଥିଲା ଏବଂ ଗୋଟିଏ ଦିନ ମୁଲୁଣ୍ଡ ପୁଲିସ ଥାନା ସମ୍ଭାଳିବାକୁ ଦାୟିତ୍ୱ ଦେଇଥିଲା। ଇନ୍ସପେକ୍ଟର ମଣ୍ଡଳଙ୍କ ଗୋଟିଏ ଫଟୋ ମୁମ୍ବଇ ପୁଲିସ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି। ସେହିଭଳି ଗତବର୍ଷ ଅକ୍ଟୋବରରେ ସାକିନାକା ପୁଲିସ ଥାନାରେ ମଧ୍ୟ ଏପରି ଘଟଣା ଘଟିଥିଲା।

Leave A Reply