ତ୍ରୁଟିପୂର୍ଣ୍ଣ ଉପକରଣ: କ୍ଷତିପୂରଣ ଦେବ ଜନ୍‍ସନ୍‍ ଆଣ୍ଡ ଜନ୍‍ସନ୍‍

0

ନୂଆଦିଲ୍ଳୀ: ତ୍ରୁଟିପୂର୍ଣ୍ଣ ଉପକରଣ ଯୋଗାଇ ଥିବା ଅଭିଯୋଗରେ ଜନ୍‍ସନ୍‍ ଆଣ୍ଡ ଜନ୍‍ସନ୍‍ କମ୍ପାନୀକୁ ପ୍ରତ୍ୟେକ ରୋଗୀଙ୍କୁ କ୍ଷତିପୂରଣ ବେବାକୁ ଭାରତର ଔଷଧ ନିୟନ୍ତ୍ରକ ନିର୍ଦେଶ ଦେଇଛନ୍ତି। ଅନ୍ତରୀଣ ସହାୟତା ଆକାରରେ ୨୦ ଲକ୍ଷ ଟଙ୍କା ଦେବାକୁ ନିର୍ଦେଶ ଦିଆଯାଇଛି। ସରକାରଙ୍କ ଦ୍ୱାରା ନିଯୁକ୍ତ କମିଟିର ସୁପାରିସ ଆଧାରରେ କେନ୍ଦ୍ରୀୟ ଡ୍ରଗ୍ସ ମାନ ନିୟନ୍ତ୍ରଣ ସଂସ୍ଥା ଉପରୋକ୍ତ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ସଂସ୍ଥାରୁ ଅଣ୍ଟା ଯନ୍ତ୍ରଣା ଉପଶମ ପାଇଁ ଭାରତର ୪୭୦୦ ଜଣ ରୋଗୀ ଉପକରଣ କିଣିଥିଲେ। କିନ୍ତୁ ଉପକରଣ ନିର୍ମାଣରେ ତ୍ରୁଟି ଥିବାରୁ ରୋଗ ଉପଶମ ହେବା ପରିବର୍ତ୍ତେ ବୃଦ୍ଧି ପାଇଥିଲା। ରୋଗୀଙ୍କ ଅଭିଯୋଗ ଆଧାରରେ ସରକାର ଏକ କମିଟି ଗଠନ କରିଥିଲେ।
କମିଟିର ନିର୍ଦେଶ ଅନୁଯାୟୀ ରୋଗୀଙ୍କୁ ପ୍ରାଥମିକ ସହାୟତା ବାବଦରେ ୨୦ ଲକ୍ଷ ଟଙ୍କା ଦିଆଯିବ। ପରବର୍ତ୍ତୀ ସମୟରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ କାହା ପାଇଁ କେତେ କ୍ଷତିପୂରଣ ଦିଆଯିବ ତାହା ନିର୍ଣ୍ଣୟ କରାଯିବ। ୨୦୧୩ରେ ମଧ୍ୟ ଆମେରିକାରେ ତ୍ରୁଟିପୂର୍ଣ୍ଣ ଉପକରଣ ଯୋଗାଇ ଦେଇଥିବା ଅଭିଯୋଗରେ କମ୍ପାନୀକୁ ୨.୫ ବିଲିୟନ ଡଲାର କ୍ଷତିପୂରଣ ଦେବାକୁ ସେଠାକାର ସରକାର ନିର୍ଦେଶ ଦେଇଥିଲେ।

Leave A Reply