www.samajalive.in
Friday, December 12, 2025
14.1 C
Bhubaneswar

ଅଷ୍ଟମ ବାର୍ଷିକ ଶିବ ସିଂହ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଲଙ୍ଗଳକଣ୍ଟି ଖେଳ ପଡ଼ିଆଠାରେ ବାବା ବେଲେଶ୍ଵର କ୍ଲବ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଅଷ୍ଟମ ବାର୍ଷିକ ନକ୍ ଆଉଟ ଶିବ ସିଂହ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ୍ ମ୍ୟାଚ କବିତ୍ରା ସାଜନ ଏକାଦଶ କେନ୍ଦୁଝର ଟିମ ସହିତ ଧକୋଠା ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କବିତ୍ରା ସାଜନ ଏକାଦଶ ୯ ୱିକେଟ ବିନିମୟରେ ୮୪ ରନ କରିଥିବା ବେଳେ ଧକୋଠା ଟିମ ୮୬ ରନ କରି ମ୍ୟାଚରେ ବିଜୟୀ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲାର ନୂତନ ବିଜେପି ସଭାପତି ଶୁକଦେଵ ମହାନ୍ତ , ମୁଖ୍ୟବକ୍ତା ଭାବେ ଘଟଗାଁ ଥାନାଧିକାରୀ ଶୁଭ୍ରାନ୍ତ ଜେନା , ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବାରିକ , କେନ୍ଦୁଝର ସାଂସଦଙ୍କ ପ୍ରତିନିଧି ଅଖିଳ କୁମାର ପାତ୍ର , ଅନ୍ୟତମ ଅତିଥି ଭାବେ ଦୈତାରି ମାଇନ୍ସ ଶ୍ରମିକ ସଂଘର ସଭାପତି ଦୀପକ ଜେନା , କେନ୍ଦୁଝର ସାଂସଦଙ୍କ ଧର୍ମପତ୍ନୀ ଲବଙ୍ଗଳତା ନାୟକ, ପୂର୍ବତନ ଜିଲ୍ଲା ବିଜେପି ଉପସଭାପତି ଗୋପୀନାଥ ରାମ , ପୂର୍ବତନ ଜିଲ୍ଲା ସମ୍ପାଦକ ହେମରଞ୍ଜନ ବାରିକ , ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ମଲ୍ଲିକ , ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଫାଇନାଲ୍ ମ୍ୟାଚର ବିଜୟୀ ଧକୋଠା ଟିମକୁ ମୁଖ୍ୟ ଅତିଥି ମହାନ୍ତ ଏବଂ କେନ୍ଦୁଝର ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ବାରିକ ପୁରସ୍କାର ରାଶି ୫୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସ ଅପ କବିତ୍ରା ସାଜନ ଏକାଦଶ କେନ୍ଦୁଝର ଟିମକୁ ମୁଖ୍ୟବକ୍ତା ଘଟଗାଁ ଥାନାଧିକାରୀ ଜେନା ଏବଂ କେନ୍ଦୁଝର ସାଂସଦଙ୍କ ପ୍ରତିନିଧି ପାତ୍ର ପୁରସ୍କାର ରାଶି ୩୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । କ୍ଲବର ସଭାପତି କିଶୋର କୁମାର ବାରିକ, ସମ୍ପାଦକ ଜୟଦେବ ଗିରିଙ୍କ ବଳିଷ୍ଠ ଉଦ୍ୟମରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ ରେ ଅମ୍ପାୟାର ଭାବେ ଅଟଳ ବିହାରୀ ଜେନା , ପ୍ରଭାତ କୁମାର ନାୟକ ଖେଳକୁ ପରିଚାଳନା କରିଥିବା ବେଳେ କ୍ଲବର ସଦସ୍ୟ ସରୋଜ ନାୟକ, ଅଭିଜିତ ମହାପାତ୍ର, ମଳୟ ବାରିକ , ଜଗଦୀଶ ଗିରି , ଦେବବ୍ରତ ନାୟକ, ରୁପକ କୁମାର ଗିରି, ଜଗଦୀଶ ନାୟକ ,ସୁବ୍ରତ ନାୟକ ପ୍ରମୁଖ ଖେଳରେ ସହଯୋଗ କରିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories