www.samajalive.in
Friday, December 12, 2025
19.1 C
Bhubaneswar

୧୦ ନୂଆ ଶୋ-ରୁମ୍ ଖୋଲିଲା ଏହି ଇଲେକ୍ଟ୍ରିକ୍ ବାଇକ୍ ନିର୍ମାତା, ଗାଡିର ଦାମ୍ ମାତ୍ର…

ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ମୋଟରସାଇକେଲ ନିର୍ମାତା କମ୍ପାମୀ ଓବେନ ଇଲେକ୍ଟ୍ରିକ୍ ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସାରା ଦେଶରେ ୧୦ ନୂଆ ଶୋ-ରୁମ୍ ଏବଂ ସର୍ଭିସ୍ ସେଣ୍ଟର ଆରମ୍ଭ କରିଦେଇଛି । ଏହି ନୂଆ ସେଣ୍ଟର ଆରମ୍ଭ ହେବା ପରେ ଓବେନ୍ ଏବେ ୭ ରାଜ୍ୟ ଓ ୧୪ ସହରରେ ୨୨ ଶୋରୁମ୍ ଓ ସର୍ଭିସ୍ ସେଣ୍ଟର ସହିତ ୫.୩ କୋଟି ଭାରତୀୟଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିବ । ନୂଆ ଶୋ-ରୁମ୍ ପୁଣେର ଶିବାଜୀନଗର ଓ ଧନକବଡି, କର୍ଣ୍ଣାଟକର ହୁବଲୀ, କେରଳର ମଲ୍ଲପୁରମ ଓ ତ୍ରିଶୁର, ଛତିଶଗଡର ବିଳାସପୁର, ଉତ୍ତର ପ୍ରଦେଶର ଲକ୍ଷ୍ନୌ, ମୈନପୁରୀ, ବନ୍ଦାୟୁ ଓ ନୂଆଦିଲ୍ଲୀର ଆଦିଚିନିରେ ଖୋଲିଛି ।

କମ୍ପାନୀ ଆଗକୁ ଆହୁରି ୧୦୦ ନୂଆ ଶୋ-ରୁମ୍ ଖୋଲିବା ପାଇଁ ଯୋଜନା କରୁଛି । ଓବେନ୍ ଇଲେକ୍ଟ୍ରିକ୍ ହାଇ-ପରଫର୍ମାନ୍ସ ଏଲଏଫପି ବ୍ୟାଟେରୀ, ମୋଟର, ଫାଷ୍ଟ ଚାର୍ଜର ଓ ଭେଇକଲ କଣ୍ଟ୍ରୋଲ ୟୁନିଟ୍ ଭଳି ସମସ୍ତ ଜରୁରି ଉପକରଣକୁ ଇନ-ହାଉସ ଡିଜାଇନ୍ ଡେଭଲପ୍ ଓ ନିର୍ମାଣ କରୁଛି । କିଛି ଦିନ ତଳେ କମ୍ପାନୀ ରର୍ ଇଜି ଲଞ୍ଚ୍ କରିଥିଲା ଯାହାର ପ୍ରାରମ୍ଭିକ ଦାମ୍ ୮୯,୯୯୯ ଟଙ୍କା ଥିଲା । ଏହି ବାଇକ୍ ମାତ୍ର ୩.୩ ସେକେଣ୍ଡରେ ଶୂନ୍ୟର ୪୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଧରିପାରେ । ଏହାର ସର୍ବାଧିକ ସ୍ପିଡ୍ ୯୫ କିଲୋମିଟର ପ୍ରତି ଘଣ୍ଟା । ଥରେ ଚାର୍ଜ କଲେ ଏହା ୧୭୫ କି.ମି ପର୍ଯ୍ୟନ୍ତ ଯାତ୍ରା କରିପାରେ ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories