www.samajalive.in
Monday, December 8, 2025
24.1 C
Bhubaneswar

ମହାକାଶରୁ ଏମିତି ନଜର ଆସିଲା ମହାକୁମ୍ଭର ଦୃଶ୍ୟ, ଫଟୋ ଭାଇରାଲ

ନୂଆଦିଲ୍ଲୀ : ମହାକୁମ୍ଭ ୨୦୨୫ ପାଇଁ ସରକାରଙ୍କ ତରଫରୁ ଅନେକ ବ୍ୟବସ୍ଥା କରାଯାଇଛି । କୋଟି କୋଟି ସଂଖ୍ୟାରେ ଭକ୍ତ ସଙ୍ଗମ ନଗରୀରେ ବୁଡ ପକାଉଛନ୍ତି । ସାମାଜିକ ଗଣମାଧ୍ୟମରେ ଅନେକ ଫଟୋ ଓ ଭିଡିଓ ଭାଇରାଲ ହେଉଛି । କିଛି ଡ୍ରୋନ୍ ଭିଡିଓ ସମସ୍ତଙ୍କ ମନ ମୋହୁଛି । ତେବେ ନିକଟରେ ମହାକାଶରୁ ପ୍ରୟାଗରାଜ କୁମ୍ଭ ମେଳାର ଏକ ଫଟୋ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଖୁସି କରିବା ସହ ଆଶ୍ଚର୍ଯ୍ୟ କରୁଛି ।

- Advertisement -

ମହାକୁମ୍ଭର ମହାକାଶରୁ ନିଆଯାଇଥିବା ଫଟୋ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରୁଛି । ଏହି ଫଟୋ ନାସାର ମହାକାଶ ଯାତ୍ରୀ ଡୋନାଲ୍ଡ ପେଟିଟ୍ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ପୋଷ୍ଟରେ ମହାକୁମ୍ଭର ଦୃଶ୍ୟ ମହାକାଶରୁ କିଛି ଭିନ୍ନ ନଜର ଆସୁଛି । ଆଲୋକରେ ଚିକମିକ୍ କରୁଛି ସଙ୍ଗମ ନଗରୀ । ସମସ୍ତେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି । କହିରଖୁଛୁ ମହାକୁମ୍ଭ ୨୦୨୫ ର ସମାପନ ଫେବୃୟାରୀ ୨୬ରେ ହେବ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories