www.samajalive.in
Saturday, December 13, 2025
23.1 C
Bhubaneswar

ପଦ୍ମ ପୁରସ୍କାରକୁ ନେଇ ପ୍ରଶ୍ନ ଉଠାଇଲେ ସୋନୁ ନିଗମ: କହିଲେ, କିଶୋର ଦା’ ଓ ଅଲ୍‌କା ୟାଗ୍ନିକ..

ସମାଜ ଡିଜିଟାଲ ଡେସ୍କ: ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି। ଏଥିରେ ୭ ପଦ୍ମ ବିଭୂଷଣ, ୧୯ ପଦ୍ମ ଭୂଷଣ ଏବଂ ୧୧୩ ପଦ୍ମଶ୍ରୀ ସମେତ ମୋଟ୍ ୧୩୯ ଜଣ ବ୍ୟକ୍ତିବିଶେଷଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ ପାଇଁ ଘୋଷଣା ହୋଇଛି। ଏବେ ପଦ୍ମ ପୁରସ୍କାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକପ୍ରିୟ ଗାୟକ ସୋନୁ ନିଗମ। ସେ କହିଛନ୍ତି, କିପରି ସଙ୍ଗୀତ ଜଗତର କେତେକ ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କୁ ଏପର୍ଯ୍ୟନ୍ତ ଏହି ସମ୍ମାନ ମିଳିନାହିଁ। ପଦ୍ମ ପୁରସ୍କାର ୨୦୨୫ ଘୋଷଣା ହେବାର କିଛି ଘଣ୍ଟା ପରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଗାୟକମାନଙ୍କ ମଧ୍ୟରେ ବିହାରର କୋକିଳ କଣ୍ଠୀ ନାମରେ ପରିଚିତ ଶାରଦା ସିହ୍ନାଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିବାବେଳେ ଅରିଜିତ ସିଂହଙ୍କୁ ପଦ୍ମଶ୍ରୀରେ ସମ୍ମାନିକ କରାଯାଇଛି।


ସୋନୁ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଲେଖିଛନ୍ତି, ‘‘ଭାରତ ଓ ଏହାର ପଦ୍ମ ପୁରସ୍କାର ପାଇବାକୁ ହକଦାର ବ୍ୟକ୍ତିତ୍ବ।’’ ଭିଡିଓରେ ସେ କହିଛନ୍ତି, “ଦୁଇ ଜଣ ଗାୟକ ସମଗ୍ର ବିଶ୍ୱକୁ ପ୍ରେରଣା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କେବଳ ପଦ୍ମଶ୍ରୀ ପୁରସ୍କାରରେ ହିଁ ସୀମିତ ରହିଗଲେ- ମହମ୍ମଦ ରଫି ସାହାବ ଏବଂ ଅନ୍ୟ ଜଣଙ୍କୁ ପଦ୍ମଶ୍ରୀ ମଧ୍ୟ ମିଳିନାହିଁ- କିଶୋର କୁମାର ଜୀ। ଆଜିକାଲି ମରଣୋତ୍ତର ପୁରସ୍କାର ଦିଆଯାଉଛି, କିନ୍ତୁ ଜୀବିତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅଲ୍କା ୟାଗ୍ନିକଙ୍କ ଭଳି ବ୍ୟକ୍ତିତ୍ୱ ଅଛନ୍ତି, ଯାହାଙ୍କର ଏତେ ଲମ୍ବା ଏବଂ ଅଭୂତପୂର୍ବ କ୍ୟାରିୟର ରହିଛି, ତଥାପି ତାଙ୍କୁ ସେଭଳି ସମ୍ମାନ ମିଳିନାହିଁ। ଶ୍ରେୟା ଘୋଷାଲ, ସୁନିଧି ଚୌହାନଙ୍କ ଭଳି ଗାୟିକା, ଯେଉଁମାନେ ସେମାନଙ୍କ ଅନନ୍ୟ ସ୍ବରରେ ଗୋଟିଏ ପୂରା ପିଢିକୁ ପ୍ରେରଣା ପ୍ରଦାନ କରିଛନ୍ତି, ସେମାନଙ୍କୁ ମଧ୍ୟ ଏପର୍ଯ୍ୟନ୍ତ କିଛି ମିଳିନାହିଁ।’’ ସୋନୁ ନିଗମଙ୍କ ଏହି ପୋଷ୍ଟରେ ଅନେକ ଲୋକ ତାଙ୍କ ସମର୍ଥନରେ କମେଣ୍ଟ କରିଥିବା ଦେଖିବାକୁ ମିଳିଛି।

- Advertisement -

ସୂଚନାଯୋଗ୍ୟ, ସୋନୁ ନିଗମ ‘ମଡର୍ଣ୍ଣ ରଫି’ ନାମରେ ମଧ୍ୟ ଜଣାଶୁଣା। ସେ ଅନେକ ପୁରସ୍କାର ପାଇଛନ୍ତି। ୨୦୨୨ ମସିହାରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା। ଏକାଧିକ ଭାଷାରେ ଗୀତ ଗାଇଥିବା ସୋନୁ ନିଗମ ସଙ୍ଗୀତ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories