www.samajalive.in
Friday, December 12, 2025
15.1 C
Bhubaneswar

ଅବକାରୀ ବିଭାଗ ଚଢାଉ: ୭୮୦୫ ପୋଚ ଓ ୯୪୫ ଲିଟର ଦେଶୀ ଚୋରା ମଦ ଜବତ

ଗୁରୁଡିଝାଟିଆ: ଚୋରା ଦେଶୀ ମଦ ରନ୍ଧନ ଓ ଚୋରା ଚାଲାଣ ପାଇଁ ଖୁଣ୍ଟୁଣୀ ଥାନା ଅଞ୍ଚଳ ରାଜ୍ୟରେ କୁଖ୍ୟାତୀ ଅର୍ଜ୍ଜନ କରିଛି। ଅବକାରୀ ବିଭାଗ ଓ ସ୍ଥାନୀୟ ପୁଲିସ ଚଢାଉ ଜାରି ରଖିଛନ୍ତି, ଦେଶୀ ଚୋରା ମଦ ଓ ପୋଚ ନଷ୍ଟ ହେଉଛି; କିନ୍ତୁ ମଦ ରନ୍ଧନ ବା ଚୋରା ଚାଲାଣ ବନ୍ଦ ହେଉନାହିଁ । ଆଜି ଜିଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ,ବାଙ୍କି, ଚୌଦ୍ଵାର, କଟକ ସହର ଓ ଖୁଣ୍ଟୁଣୀ ଥାନା ପୁଲିସର ମିଳିତ ଚଢାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ୯୪୫ ଲିଟର ଚୋରା ଦେଶୀ ମଦ ଜବତ ହୋଇଥିଲା । ଏହାସହିତ ୭୮୦୫ ଲିଟର ମଦ ପ୍ରସ୍ତୁତ ପାଇଁ ବ୍ୟବହୁତ ହେବାକୁ ଥିବା ପୋଚକୁ ଅଡାଳ ଗାଁ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲରୁ ଜବତ ହୋଇଥିଲା । ଅବକାରୀ ବିଭାଗ ପକ୍ଷରୁ ୩ ମକଦ୍ଦମା ରୁଜୁ କରାଯାଇଛି। ଅବକାରୀ ନୀରିକ୍ଷକ ରବିନାରାୟଣ ପ୍ରଧାନ, ନୀରିକ୍ଷକ ଅଭିରାମ ସାହୁ, ସୌମ୍ୟ ରଂଜନ ମାଝୀ, ଅଜିତ ପାତ୍ର, ବାପି ସାହୁ, ଅରୁଣ ଭୋଇଙ୍କ ସମେତ ସ୍ଥାନୀୟ ପୁଲିସ ଚଢାଉରେ ଅଂଶ ଗ୍ରହଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories