ଡେଙ୍ଗୁ ନିୟନ୍ତ୍ରଣ: ୧୧ଲକ୍ଷର ମାଛ କିଣିଛି ପଶ୍ଚିମବଙ୍ଗ

0

କଲକାତା: ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପଶ୍ଚିମବଙ୍ଗ ସରକାର ୧୧ଲକ୍ଷ ଟଙ୍କାର ମାଛ କିଣିଛି। ଆଗାମୀ ଦିନରେ ଆହୁରି ଅଧିକ ମାଛର ଆବଶ୍ୟକତା ରହିଛି ବୋଲି ଦର୍ଶାଇଛନ୍ତି ପଶ୍ଚିମବଙ୍ଗ ଗୃହ ବିଭାଗ। ରାଜ୍ୟ ମତ୍ସ ବିଭାଗ ପକ୍ଷରୁ ସହର ଓ ଗ୍ରାମାଞ୍ଚଳର ନାଳ, ନର୍ଦମା ଓ କେନାଲ, ପୋଖରୀରେ ଏହି ମାଛକୁ ଛଡ଼ା ଯାଉଛି। ଗ୍ୟାପି ପ୍ରଜାତିର ମାଛ ଡେଙ୍ଗୁ ମଶାକୁ ଖାଇବା ସହ ରୋଗ ନିୟନ୍ତ୍ରଣରେ ପ୍ରମୁଖ ଭୁମିକା ଗ୍ରହଣ କରୁଛି। ଏହାକୁ ଦୃଷ୍ଟିରେ ରଖି ଅଦ୍ୟାବଧି ରାଜ୍ୟର ବିଭିନ୍ନ ସ୍ଥାନରେ ୧୧ଲକ୍ଷ ଟଙ୍କାର ଗ୍ୟାପି ମାଛ ଛଡ଼ା ଯାଇଛି। ମହେଶତଲା, ସୋନାରପୁର ପ୍ରମୁଖ ପୌରପରିଷଦ ଅଞ୍ଚଳରେ କେବଳ ୫୦୦୦୦ ଗ୍ୟାପି ମାଛ ଛଡ଼ା ଯାଇଥିବାବେଳେ ବର୍ଦ୍ଧମାନ, ଗୁସକାରା, ମେମାରି, କାଲନା ପ୍ରମୁଖ ଅଞ୍ଚଳରେ ଅବଶିଷ୍ଟ ୨୧୬୦୦ମାଛର ଆବଶ୍ୟକତା ରହିଛି ବୋଲି ମତ୍ସବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply