nua o banner

ଟ୍ରାକ୍ଟର ଧକ୍କାରେ କାର୍‌ ଚୂରମାର

BSKY banner  750×100
0

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗସ୍ଥିତ ସିଫା ନିକଟରେ ଶନିବାର ରାତି ସାଢେ ୧୧ଟା ସମୟରେ ଏକ କାର୍‌ ସହ ଅନ୍ୟ ଏକ ଟ୍ରାକ୍ଟରର ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ କାର୍‌ର ସମ୍ମୁଖ ଭାଗ ଚୂରମାର ହୋଇଛି। କାର୍‌ରେ ଥିବା ଜଣେ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାଇ, ପୁରୀରୁ ଭୁବନେଶ୍ୱର ଅଭିମୁଖେ ଭାରତ ସରକାର ଲେଖାଥିବା (ନଂ- ଓଡି ୩୩ଇ ୫୦୧୭) ଏକ କାର୍‌ ଯାଉଥିବା ବେଳେ ସିଫା ନିକଟରେ ସମ୍ମୁଖରୁ ରଙ୍ଗ ସାଇଡ୍‌ରେ ଆସୁଥିବା ଏକ ଟ୍ରାକ୍ଟର ସହ ଧକ୍କା ଲାଗିଥିଲା । ତେବେ କାର୍‌ରେ ଥିବା ସେଫ୍‌ଟି ବେଲୁନଟି ଖୋଲିଯିବାରୁ ଚାଳକ ଅଳ୍ପକେ ଏକ ବଡ ବିପଦରୁ ବର୍ତ୍ତି ଯାଇଥିବା ଜଣାଯାଇଛି । ଦୁର୍ଘଟଣା ଯୋଗୁଁ ଘଟଣା ସ୍ଥଳରେ କିଛି ସମୟ ପାଇଁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଖବର ପାଇ ପିପିଲି ପୁଲିସ ସେଠାରେ ପହଞ୍ଚି ରାସ୍ତା ଉପରୁ ଗାଡି ଦୁଇଟିକୁ ହଟାଇବା ସହ ଘଟଣାର ତଦନ୍ତ ଚଳାଇଛି।

Leave A Reply