ଜାମ୍ମୁ-କାଶ୍ମୀର ପୁଲିସ ମୁଖ୍ୟ ହଟିଲେ

0

ଜାମ୍ମୁ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଜାମ୍ମୁ-କାଶ୍ମୀର ପୁଲିସ ମୁଖ୍ୟ ପଦରୁ ଏସ୍‍ ପି ବୈଦଙ୍କୁ ହଟାଇ ଦିଆଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏ ସମ୍ପର୍କିତ ନିର୍ଦେଶନାମା ଜାରି କରାଯାଇଛି। ଏଭଳି ଅଚାନକ ବଦଳି ପଛର କାରଣ ସ୍ପଷ୍ଟ ହୋଇନାହିଁ। ପ୍ରଶାସନର ସୁବିଧା ଦୃଷ୍ଟରୁ ପୁଲିସ ବିଭାଗରେ ଏହି ବଦଳି ହୋଇଥିବା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ବୈଦଙ୍କୁ ପୁଲିସ ମୁଖ୍ୟ ପଦରୁ ପରିବହନ କମିଶନର ଭାବେ ବଦଳି କରାଯାଇଛି। ଜାମ୍ମୁକାଶ୍ମୀର ଜେଲ୍‍ ବିଭାଗ ଦାୟିତ୍ୱରେ ଥିବା ଡିଜି ପାହ୍ୟାର ଦିଲ୍‍ବାଗ୍‍ ସିଂହଙ୍କୁ ସାମୟିକ ଭାବେ ରାଜ୍ୟର ପୁଲିସ ମୁଖ୍ୟ ପଦରେ ଅବସ୍ଥାପିତ କରାଯାଇଛି।
୧୯୮୬ ବ୍ୟାଚ୍‍ର ଆଇପିଏସ୍‍ ଅଫିସର ଏସ୍‍ ପି ବୈଦ ଜାମ୍ମୁ-କାଶ୍ମୀର ପୁଲିସ ମୁଖ୍ୟ ଭାବେ ୨୦୧୬ ଡିସେମ୍ବର ମାସରେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୯ ଅକ୍ଟୋବର ମାସରେ ସେ ଅବସର ଗ୍ରହଣ କରିବେ।

Leave A Reply