BJD Bijuli 480×75 Mob

ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ

BJD Bijuli 480×75 Mob
0

ଭୁବନେଶ୍ୱର: ଅଙ୍ଗନୱାଡି କର୍ମଚାରୀ ୟୁନିୟନ୍‍ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଗାନ୍ଧି ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୋର୍ଚ୍ଚାର ଶତାଧିକ କର୍ମଚାରୀ ମାଷ୍ଟରକ୍ୟାଣ୍ଟିନ ଠାରୁ ଏକ ଶୋଭାଯାତ୍ରା ବାହାରି ଗାନ୍ଧିମାର୍ଗରେ ପହଞ୍ଚି ପ୍ରତିବାଦ କରିଥିଲେ। ଅଙ୍ଗନୱାଡି କର୍ମଚାରୀ ୟୁନିୟନ୍‍ ସଂଯୁକ୍ତ ମୋର୍ଚ୍ଚା ଆବାହକ ବିଜୟ ଜେନା କହିବା ଅନୁଯାଇ ରାଜ୍ୟର ଏକ ଲକ୍ଷରୁ ଅଧିକ ଅଙ୍ଗନୱାଡି କର୍ମୀ ସହାୟକଙ୍କ ପ୍ରତିନିଧିତ୍ୱ କରୁଥିବା ପ୍ରମୁଖ ୩ଟି ୟୁନିୟନ୍‍କୁ ନେଇ ଗଠିତ ଅଙ୍ଗନୱାଡି ୟୁନିୟନ ମୋର୍ଚ୍ଚା ତରଫରୁ ଅଙ୍ଗନୱାଡି କେନ୍ଦ୍ରରେ ଏସ୍‍.ଏନ୍‍.ପି ର ଦର ଅନୁଯାଇ ଧାର୍ୟ୍ୟ ଓ ବିଗତ ଆନ୍ଦୋଳନ ସମୟରେ ସହମିତ ହୋଇଥିବା ଦାବି ୬୦ବର୍ଷ ବହିଷ୍କାର ଅବଧିକୁ ୬୫ ବର୍ଷକୁ ବୃଦ୍ଧି, ୬ ପ୍ୟାକେଜ ବ୍ୟତିତ ଅନ୍ୟ ପ୍ୟାକେଜରେ କାମ ନ କରିବା , ସୁପରଭାଇଜର ପ୍ରମୋସନ ୩୦%ରୁ୫୦%କୁ ବୃଦ୍ଧି ଭଳି ଦାବି ଗୁଡିକୁ ନେଇ ଆଜି ବିକ୍ଷୋଭ କରାଯାଇଥିଲା ବୋଲ ଶ୍ରୀ ଜେନା କହିଛନ୍ତି।
ପ୍ରତିବାଦ ସଭାରେ ଓଡିଶା ଅଙ୍ଗନୱାଡି ୱାର୍କରସ୍‍ ଆଣ୍ଡ ହେଲପରସ୍‍ ଆସୋସିଏସନ୍‍ର ସଭାପତି ରାଧାରମଣ ଷଡଙ୍ଗୀ,ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ସାଧାରଣ ସମ୍ପାଦକ ହରପ୍ରିୟା ସ୍ୱାଇଁ, ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟକ ସଂଘର କେନ୍ଦିୟ ଆବାହକ ପ୍ରଶାନ୍ତ ପାଢ଼ୀ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ।

Leave A Reply