କ୍ୟାବିନେଟ୍‌ରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ

0

ଭୁବନେଶ୍ବର: କ୍ୟାବିନେଟରେ ସିଧାସଳଖ ପୌରାଧ୍ୟକ୍ଷ ନିର୍ବାଚନ ପ୍ରସ୍ତାବ ସମେତ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅର୍ଥ ବିଭାଗର ତିନିଟି, କୃଷି ବିଭାଗର ଦୁଇଟି, ସ୍ୱାସ୍ଥ୍ୟ, ନଗର ଉନ୍ନୟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଅକୁପେସନାଲ ଥେରାପି ଓ ଫିଜିଓଥେରାପି ଶିକ୍ଷା ବ୍ୟବସ୍ଥା ପାଇଁ ଏକ କାଉନସିଲ ଗଠନ କରାଯିବ। ପୂର୍ବରୁ ଏହି ପାଠ୍ୟକ୍ରମ ପାଇଁ କଲେଜଗୁଡ଼ିକୁ ମହିଳା ଓ ଶିଶୁ ବିକାଶ ବିଭାଗ ଆପତ୍ତିବିହୀନ ପ୍ରମାଣପତ୍ର ଦେଉଥିଲା। ଏବେ ଏହା ସ୍ୱାସ୍ଥ୍ୟ ବିଭାଗ ଅଧୀନକୁ ଆସିଛି। କିନ୍ତୁ କୌଣସି ନିୟମାବଳୀ ନ ଥିବାରୁ ଆପତ୍ତିବିହୀନ ପ୍ରମାଣପତ୍ର ପାଇବାରେ ଅସୁବିଧା ଉପୁଜୁଛି। ଏଥିଯୋଗୁଁ ଶିକ୍ଷାର୍ଥୀମାନେ ପରୀକ୍ଷା ଦେବା ଓ ପ୍ରମାଣପତ୍ର ପାଇବା ନେଇ ବିବାଦ ଉପୁଜୁଛି। ହାଇକୋର୍ଟରେ ଏ ନେଇ ମାମଲା ଋଜୁ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦେଶ ପରେ ସରକାର ଉକ୍ତ ଦୁଇଟି ପାଠ୍ୟକ୍ରମରେ ଶିକ୍ଷାଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ସହ ପ୍ରଶିକ୍ଷଣ ଓ ଗବେଷଣା ଉପରେ ଗୁରୁତ୍ୱ ଦେଇଛନ୍ତି। ଏସବୁକୁ ଦୃଷ୍ଟିିରେ ରଖି କାଉନସିଲ ଗଠନ କରାଯିବ।
ଓଡ଼ିଶା ସରକାରୀ ଭାଷା ଆଇନର ଧାରା ୪(କ) ଓ ଧାରା ୩(କ)ରେ ଥିବା ବ୍ୟବସ୍ଥାରେ ବିଭ୍ରାନ୍ତ ସୃଷ୍ଟି ହେଉଥିବାରୁ ଏହି ଆଇନରେ ସଂଶୋଧନ ଅଣାଯିବ। କୃଷିର ବିକାଶ ପାଇଁ ସରକାର ଜୈବିକ କୃଷିକୁ ପ୍ରାଧାନ୍ୟ ଦେଇଛନ୍ତି। ଏବେ ୧୬ ହଜାର ହେକ୍ଟରରେ ଜୈବିକ ଚାଷ କରାଯାଉଛି। ପାଞ୍ଚବର୍ଷ ମଧ୍ୟରେ ୨ଲକ୍ଷ ହେକ୍ଟରରେ ଜୈବିକ ଚାଷ କରାଯିବ। ଏଥିପାଇଁ କୃଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ୨୦ ହେକ୍ଟର ଜମିରେ ଜୈବିକ ଚାଷ ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଏହା ମାଧ୍ୟମରେ ଚାଷୀଙ୍କୁ ପ୍ରଶିକ୍ଷଣ ନେଇ ବ୍ୟବସ୍ଥା ହେବ। ସେହିପରି ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ନିଯୁକ୍ତି ଓ ସେବା ସର୍ତ୍ତାବଳୀରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ସିଧାସଳଖ ନିଯୁକ୍ତି ପାଉଥିବା ସହକାରୀ ଉଦ୍ୟାନ କୃଷି ଅଧିକାରୀମାନେ ପ୍ରତିଯୋଗିତାମୂଳକ ଲିଖିତ ଏବଂ ସାକ୍ଷାତକାର ପରୀକ୍ଷା ଦେବେ। ପୂର୍ବରୁ ମେଧା ଭିତ୍ତିରେ ମନୋନୟନ ବ୍ୟବସ୍ଥା ପ୍ରତ୍ୟାହାର କରାଯିବ। ଏ ନେଇ କ୍ୟାବିନେଟ ମଞ୍ଜୁରି ମିଳିଛି।

 

kalyan agarbati
Leave A Reply