www.samajalive.in
Sunday, December 7, 2025
26.1 C
Bhubaneswar

କ୍ରିକେଟର ଲୋକପାଳ ଦୁର୍ନୀତି ଉପରେ ଅଙ୍କୁଶ ଲାଗିବା ଆଶା

ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)କୁ ଔପଚାରିକ ଭା​‌େ​‌ବ ପ୍ରଥମ ଲୋକପାଳ ମିଳିଛି। ଏହାଦ୍ବାରା କ୍ରିକେଟର ସବୁଠୁ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ଏହି ସଂସ୍ଥାରେ ବିବାଦଗୁଡ଼ିକର ସମାଧାନ ଶୀଘ୍ର ହେବା ସହ ଦୁର୍ନୀତି ଉପରେ ଅଙ୍କୁଶ ଲାଗିବ ବୋଲି ଆଶା କରାଯାଇପାରେ। ପ୍ରଶାସକ କମିଟିର ରିପୋର୍ଟ ଅନୁଯାୟୀ ଲୋକପାଳଙ୍କ ନିଯୁକ୍ତି ହୋଇଛି। କମିଟି ଲୋକପାଳ ସମେତ ଜଣେ ଆଚରଣ ଅଧିକାରୀ ନିଯୁକ୍ତ କରାଯିବାର ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ କରିଥିଲେ, ଯାହାଙ୍କ ନିଯୁକ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇନାହିଁ। ବିସିସିଆଇ ଲୋକପାଳଙ୍କ ଅଧିକାର ଓ ତାଙ୍କ ଭୂମିକା ସମ୍ପର୍କରେ ମଧ୍ୟ ଏବେ ସ୍ପଷ୍ଟ ହୋଇନାହିଁ, ତେବେ ବିତ୍ତୀୟ ମାମଲାର ଅନିୟମିତତା ମଧ୍ୟ ତାଙ୍କ ତଦନ୍ତ ପରିସର କ୍ଷମତା ଭିତରେ ରହିବ ବୋଲି ସୂଚନା ମିଳିଛି। ଅର୍ଥ ହିଁ ଅନର୍ଥର ମୂଳ। ଦୁର୍ନୀତି ରୋକିବାକୁ ହେଲେ ଏହା ହେବା ଅତି ଜରୁରୀ। ବିଗତ ବର୍ଷଗୁଡ଼ିକରେ ବିସିସିଆଇକୁ ଯେଭଳି କେତେକ ନିର୍ଦିଷ୍ଟ ପ୍ରଭାବଶାଳୀ ଲୋକ ଓ ବଡ଼ବଡ଼ ନେତା, ଶିଳ୍ପପତି ନିଜ କବ୍‌ଜାରେ ରଖିଥିଲେ, ସେଥିରେ ଏହି ସଂସ୍ଥା ଅରାଜକତା ଓ ଦୁର୍ନୀତିର ଗନ୍ତାଘର ପାଲଟିଥିଲା; କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ କେତେକ ଦୂରଦର୍ଶୀ ପଦକ୍ଷେପ ଫଳରେ ଏଥିରେ କିଛିଟା ସଂସ୍କାର ଆସିଛି ଓ ଲୋକପାଳ ନିଯୁକ୍ତି ମଧ୍ୟ ତା’ର ଏକ ସୁପରିଣାମ।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ବିସିସିଆଇରେ ସଂସ୍କାର ଆଣିବା ପାଇଁ ଲୋଧା କମିଟି ଗଢ଼ାଯାଇଥିଲା। ଏହି କମିଟି କେତେକ ଐତିହାସିକ ସୁପାରିସ କରିଥିଲେ, ଯାହାକୁ ସଂପୂର୍ଣ୍ଣ କାର୍ଯ୍ୟକାରୀ କରାଗଲେ ବିସିସିଆଇ ନୂତନ କଳେବର ଧାରଣ କରିବ। ତେବେ ନ୍ୟସ୍ତସ୍ବାର୍ଥ ଲୋକେ ଏବେ ମଧ୍ୟ ଏହା ନକରାଇ ଦେବାକୁ ବିଭିନ୍ନ ପ୍ରକାରେ ବାଧା ସୃଷ୍ଟି କରୁଛନ୍ତି। ଗତବର୍ଷ ଅଗଷ୍ଟରେ ନ୍ୟାୟାଳୟ ବିସିସିଆଇର ନୂତନ ସମ୍ବିଧାନକୁ ମଧ୍ୟ ମଞ୍ଜୁରୀ ଦେଇଥିଲେ। ଏବେ ଉକ୍ତ ସମ୍ବିଧାନକୁ ସଂପୂର୍ଣ୍ଣ ଭାବେ ଲାଗୁ କରିବା ଲୋକପାଳଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ। ଅପରପକ୍ଷେ, ଦେଶରେ ମଧ୍ୟ ଲୋକପାଳ ନିଯୁକ୍ତ ହେବା ଜରୁରୀ ଥିଲେ ହେଁ ସରକାରଙ୍କ ଉଦାସୀନତା ଯୋଗୁଁ ତାହା ଏ ପର୍ଯ୍ୟନ୍ତ ସମ୍ଭବ ହେଉନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ବିସିସିଆଇରେ ଲୋକପାଳ ନିଯୁକ୍ତ କରି ଏକ ବଡ଼ ବାର୍ତ୍ତା ଦେଇଛନ୍ତି ଯେ ଲୋକପାଳ ନିଯୁକ୍ତି ନିହାତି ଆବଶ୍ୟକ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories