BJD Bijuli 480×75 Mob

କେନ୍ଦୁଝର ବନଖଣ୍ଡରେ ୧୪୯ ହାତୀପଲ

BJD Bijuli 480×75 Mob
0

କେନ୍ଦୁଝର: କେନ୍ଦୁଝର ବନଖଣ୍ଡର ବିଭିନ୍ନ ରେଞ୍ଜରେ ୧୪୯ ହାତୀ ପ୍ରବେଶ କରି ବ୍ୟାପକ ଚାଷ କ୍ଷୟକ୍ଷତି ନେଇ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଏହି ହାତୀପଲ ଘଉଡାଇବା ସହ ଧନଜୀବନ ସୁରକ୍ଷା ବନବିଭାଗ କର୍ମଚାରୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଜିଲାବ୍ୟାପୀ ହାତୀପଲଙ୍କ ଦୌରାତ୍ମ୍ୟ ନେଇ ଖୋଦ ଡିଏଫଓ ସନ୍ତୋଷ କୁମାର ଯୋଶୀ ନିଜେ ବିଭିନ୍ନ ବନାଞ୍ଚଳ ଗସ୍ତ କରି ଏହାର ତଦାରଖ ଭାର ବୁଝୁଥିବା ଜଣାପଡିଛି।
ବନ ବିଭାଗ ସୂଚନା ଅନୁଯାୟୀ ଚମ୍ପୁଆ ରେଞ୍ଜରେ ସର୍ବାଧିକ ୬୮ଟି ହାତୀ ଥିବା ବେଳେ ଭୂୟାଁ ଜୁଆଙ୍ଗ ପୀଢ଼ ବାଂଶପାଳରେ ୩୮,କେନ୍ଦୁଝର ସଦର ରେଞ୍ଜରେ ୨୯, ଘଟଗାଁରେ ୧୦ ଓ ତେଲକୋଇ ରେଞ୍ଜରେ ୪ଟି ହାତୀକୁ ମିଶାଇ ମୋଟ ୧୪୯ ହାତୀ ବ୍ୟାପକ ଖରିଫ ଚାଷ ନଷ୍ଟ କରିବା ନେଇ ଚାଷୀକୂଳ ହତାଶ ହୋଇପଡିଛନ୍ତି। ଏହି ହାତୀପଲକୁ ଘଉଡାଇବବା ସହ ଧନଜୀବନ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ କେନ୍ଦୁଝର ସଦର ରେଞ୍ଜରେ ୩୮ଜଣ, ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜରେ ୩୪ଜଣ,
ଚମ୍ପୁଆ ରେଞ୍ଜରେ ୩୨ଜଣ, ତେଲକୋଇ ରେଞ୍ଜରେ ୩୨ଜଣ, ଘଟଗାଁ ରେଞ୍ଜରେ ୨୫ଜଣ, ପାଟଣା ରେଞ୍ଜରେ ୨୪ଜଣ, ବଡବିଲ ରେଞ୍ଜରେ ୩୪ଜଣଙ୍କୁ ମିଶାଇ ମୋଟ ୨୨୨ଜଣଙ୍କୁ ହାତୀ ଘଉଡାଇବା ଦାୟିତ୍ୱରେ ନିୟୋଜିତ କରାଯାଇଥିବା ଡେପୁଟି ରେଞ୍ଜର ପ୍ରଦୀପ କୁମାର ପୃଷ୍ଟିଙ୍କ ସୂତ୍ରରୁ ପ୍ରକାଶ।

Leave A Reply