କାବେରୀ ଜଳବିବାଦ ପ୍ରସଙ୍ଗ:କେନ୍ଦ୍ର ମାଗିଁଲା ସମୟ, କାରଣ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ନିର୍ବାଚନ ପାଇଁ ବ୍ୟସ୍ତ

0

ନୂଆଦିଲ୍ଲୀ:କେନ୍ଦ୍ର ସରକାର କାବେରୀ ଜଳବିବାଦର ସମାଧାନ ନିମନ୍ତେ ସୁପ୍ରିମ କୋର୍ଟରେ ଅଧିକ ସମୟ ମାଗିଛି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ସମେତ କ୍ୟାବିନେଟ ମନ୍ତ୍ରୀ କର୍ଣ୍ଣାଟକ ନିର୍ବାଚନ ପାଇଁ ବ୍ୟସ୍ତ ଥିବାରୁ ଡ୍ରାଫ୍ଟ ପାଇଁ ଅଧିକ ସମୟ ଆବଶ୍ୟକ ବୋଲି କେନ୍ଦ୍ର ଲିଖିତ ଭାବରେ ସୁପ୍ରିମ କୋର୍ଟରେ କାରଣ ଦର୍ଶାଇଛନ୍ତି।
ସୁପ୍ରିମ କୋର୍ଟ କାବେରୀ ଜଳବିବାଦକୁ ନେଇ ଆବଶ୍ୟକ ଯୋଜନା ପ୍ରସ୍ତୁତ କରି ନଥିବାରୁ କେନ୍ଦ୍ରକୁ ପୂର୍ବରୁ ମଧ୍ୟ ସମାଲୋଚନା କରିଛି। ମେ ୩ରେ ଏ ସମ୍ପର୍କରେ ଚୂଡ଼ାନ୍ତ ଡ୍ରାଫ୍ଟ ଦାଖଲ କରିବାକୁ ସୁପ୍ରିମ କୋର୍ଟ ପୂର୍ବ ତାରିଖରେ ନିର୍ଦେଶ ଦେଇଥିଲେ। ତେବେ ଆଜି ମଧ୍ୟ କେନ୍ଦ୍ର କାବେରୀ ଜଳବିବାଦ ସମ୍ପର୍କରେ କୌଣସି ଡ୍ରାଫ୍ଟ ଦାଖଲ କରିବାରେ ବିଫଳ ହୋଇଛି।
ଅପରପକ୍ଷରେ କାବେରୀ ଜଳ ବିବାଦକୁ ନେଇ ଆଜି ମଧ୍ୟ ସୁପ୍ରିମ କୋର୍ଟ କର୍ଣ୍ଣାଟକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। କର୍ଣ୍ଣାଟକ ସରକାର ତାମିଲନାଡ଼ୁକୁ ଆବଶ୍ୟକ ପାଣି ଦେବାକୁ ସୁପ୍ରିମ କୋର୍ଟ ଆଭ୍ୟନ୍ତରୀଣ ନିର୍ଦେଶ ଦେଇଥିଲେ ମଧ୍ୟ ତାହା କର୍ଣ୍ଣାଟକ ସରକାର ପାଳନ କରୁ ନାହାନ୍ତି ବୋଲି ଆଜି ତାମିଲନାଡ଼ୁ ପକ୍ଷରୁ ଅଭିଯୋଗ କରାଯାଇ ଥିଲା।
ଜାନୁଆରୀରେ ସୁପ୍ରିମ କୋର୍ଟ କାବେରୀ ଜଳ ବିବାଦ ସମାଧାନ ପାଇଁ କେନ୍ଦ୍ରକୁ କାବେରୀ ମେନେଜମେଣ୍ଟ ବୋର୍ଡ଼ ଗଠନ ନିମନ୍ତେ ନିର୍ଦେଶ ଦେଇଥିଲେ। କାବେରୀ ନଦୀରୁ ତାମିଲନାଡ଼ୁକୁ ଆବଶ୍ୟକ ଥିବା ୧୯୨ଟିଏମସି ପାଣି ବଦଳରେ ସୁପ୍ରିମ କୋର୍ଟ ଏହାକୁ ୧୭୭.୨୫ଟିଏମସିକୁ କମାଇ ଦେଇଥିଲେ। ତେବେ ସୁପ୍ରିମ କୋର୍ଟର ନିର୍ଦେଶ ସତ୍ତେ୍ୱ କେନ୍ଦ୍ର କାବେରୀ ମେନେଜମେଣ୍ଟ ବୋର୍ଡ଼ ଗଠନ କରିବାକୁ ବିଫଳ ହୋଇଛି।

Leave A Reply