କାଦୁଅ ରାସ୍ତାରେ ଜୀବନ ହାରିଲେ ମହିଳା।

0

ମାଲକାନଗିରି: ଖଇରପୁଟ ବ୍ଲକର ସଦର ପଞ୍ଚାୟତର କାଦଗୁଡା ଗ୍ରାମର ଜମ୍ବତି କଂସାରି (୫୫) ନାମକ ମହିଳା ଜଣକ ଆଜି ହଠାତ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ କୁ ଫୋନ କରିଥିଲେ । ରାସ୍ତା ନିର୍ମାଣ କାର୍ୟ୍ୟ ଚାଲୁଥିବାରୁ ରାସ୍ତାଟି ଆଣ୍ଠୁଏ କାଦୁଅ ହୋଇଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଶେଷରେ ପରିବାର ଲୋକ ଏବଂ ଗ୍ରାମବାସୀ ମିଶି ଏକ ଖଟିଆରେ ବୋହି କାଦୁଅରେ ଲମତାଗୁଡା ଗ୍ରାମ ନିକଟ କୁ ଆଣିଥିଲେ । ସେଠାରେ ଅଟକି ରହିଥିବା ୧୦୮ ଆମ୍ବୁଲାନ୍ସ ରେ ଖଇରପୁଟ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପହଞ୍ଚିଲା ବେଳକୁ ମହିଳା ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ଖଇରପୁଟ ସଦର ମହକୁମା ଠାରୁ ମାତ୍ର ୪ କିଲୋମିଟର ଦୂର କାଦଗୁଡା ଗ୍ରାମ, କିନ୍ତୁ ରାସ୍ତା ନିର୍ମାଣ କାର୍ୟ୍ୟ ଚାଲୁ ଥିବାରୁ ରାସ୍ତାରେ ଆଣ୍ଠୁଏ କାଦୁଅ ହୋଇଥିବାରୁ ସେହି ଗ୍ରାମକୁ ସାଇକେଲ ଖଣ୍ଡେ ଯିବା ଅସମ୍ଭବ ହେଉଛି।

Leave A Reply