www.samajalive.in
Tuesday, December 9, 2025
15.1 C
Bhubaneswar

କାଚ ମୁଦ୍ରିତ ଘର ଡାକିଆଣେ ଅସ୍ଥିଜନିତ ରୋଗ

କାଚ ଦ୍ୱାରା ବନ୍ଦ ଶୀତତାପ ନିୟନ୍ତ୍ରିତ ଘର ଅବା କାର୍ଯ୍ୟାଳୟ ଆରାମଦାୟକ ଅନୁଭବ ଦେଇଥାଏ, ମାତ୍ର ଏହା ଆପଣଙ୍କୁ ରୋଗାଗ୍ରସ୍ତ କରିପାରେ । ଆଧୁନିକ ଜୀବନଶୈଳୀର ପ୍ରତୀକ ବୋଲି କୁହାଯାଉଥିବା ଏପରି ଗୃହ କିମ୍ବା କାର୍ଯ୍ୟାଳୟକୁ ମୁକ୍ତ ବାୟୁ ଚଳାଚଳ କରିପାରି ନ ଥାଏ । ଏଥିସହ ସୂର୍ଯ୍ୟ କିରଣ ମଧ୍ୟ ପ୍ରବେଶ କରି ପାରି ନ ଥାଏ । ଫଳରେ ଶରୀରରେ ଭିଟାମିନ ଡି ମାତ୍ରା ହ୍ରାସ ପାଇବା ଯୋଗୁ ଅସ୍ଥି ଦୁର୍ବଳ ହୋଇଯାଇଥାଏ । ନୂଆଦିଲ୍ଲୀସ୍ଥିତ ଇନ୍ଦ୍ରପ୍ରସ୍ଥ ଆପୋଲ ହସ୍ପିଟାଲର ବରିଷ୍ଠ ଅସ୍ଥି ଅସ୍ତ୍ରୋପଚାର ବିଶେଷଜ୍ଞ ଡା. ରାଜୁ ବୈଶ୍ୟ ଦେଶର ବିଭିନ୍ନ ସହରରେ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଭୋଗୁଥିବା ୧ ହଜାର ରୋଗୀଙ୍କ ଉପରେ ଅଧ୍ୟୟନ କରି ଏହି ତଥ୍ୟ ଦେଇଛନ୍ତି । ଏହି ସମସ୍ତ ରୋଗୀଙ୍କ ମଧ୍ୟରୁ ୯୫ ପ୍ରତିଶତ ଲୋକଙ୍କଠାରେ ଭିଟାମିନ ଡି ମାତ୍ରା ହ୍ରାସ ପାଇଥିବା ଜଣାପଡ଼ିଥିଲା । ଏହାର ମୁଖ୍ୟ କାରଣ ହେଉଛି ପର୍ଯ୍ୟାପ୍ତ ସୂର୍ଯ୍ୟ କିରଣ ନ ପାଇବା । ଭିଟାମିନ ଡି ପାଇବାର ମୁଖ୍ୟ ସ୍ରୋତ ହେଉଛି ସୂର୍ଯ୍ୟ କିରଣ । ଏଥିସହ ପାଚନ ପ୍ରକ୍ରିୟାରେ ମଧ୍ୟ ଭିଟାମିନ ଡି ବହୁତ ଉପଯୋଗୀ ।

ବ୍ୟସ୍ତ ଜୀବନଚର୍ଯ୍ୟା ଓ ଆଧୁନିକ ଜୀବନଶୈଳୀ କାରଣରୁ ଲୋକେ ଆଉ ଟିକିଏ ଟାଣ ଖରା ସହ୍ୟ କରିପାରୁନାହାନ୍ତି । ବ୍ୟସ୍ତତା ଯୋଗୁ ଖୋଲା ସ୍ଥାନରେ ବୁଲାଚଲା ଓ ଖେଳକୁଦ ମଧ୍ୟ ଲୋକେ କରୁନାହାନ୍ତି । ତେଣୁ ଏହି କାରଣରୁ ଖରାରୁ ମିଳିବାକୁ ଥିବା ଭିଟାମିନ ଡି ମିଳିପାରୁନି । ଯଦିବା କେବେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୁଏ, ଆମକୁ ଲାଗେ କ୍ୟାଲସିୟମ ଅଭାବବୋଧ, ମାତ୍ର ଭିଟାମିନ ଡି ମାତ୍ରା କମ୍‌ ହେବା ନେଇ ଆମେ ଧ୍ୟାନ ଦେଇନଥାଉ । ବିଶେଷଜ୍ଞଙ୍କ କହିବାନୁସାରେ, କ୍ୟାଲସିୟମ ସହ ଭିଟାମିନ ଡି ପରୀକ୍ଷା କରାଇବା ଜରୁରୀ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ସହ କ୍ୟାଲସିୟମ ନେବା, ଘରକୁ ମୁକ୍ତ ବାୟୁ ଓ ସୂର୍ଯ୍ୟକିରଣ ପ୍ରବେଶ ପାଇଁ ବ୍ୟବସ୍ଥା କରାଯିବା ଉଚିତ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories