BJD Bijuli 480×75 Mob

କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଦଳର ଶିବିର

BJD Bijuli 480×75 Mob
0

ଭୁବନେଶ୍ୱର: ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସରେ ଚତୁର୍ଦଶତମ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ ମୁଖ୍ୟ ଗ୍ରାଉଣ୍ଡ ଓ ଅଭ୍ୟାସ ଗ୍ରାଉଣ୍ଡ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ହକି ବିଶ୍ୱକପ ଭଳି ପ୍ରତିଯୋଗିତା ଲାଗି ଭାରତୀୟ ଦଳ ମନୋନୟନ ଲାଗି ହକି ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଛି। ହକି ଇଣ୍ଡିଆ ପକ୍ଷରୁ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ। ସମ୍ଭାବ୍ୟ ପ୍ରଶିକ୍ଷଣ ଶିବିର ଲାଗି ଖେଳାଳିମାନେ ଚଳିତ ସେପ୍ଟେମ୍ବର ୧୬ରେ ଭୁବନେଶ୍ୱରରେ ପହଞ୍ଚିବା ପରେ ୧୮ରୁ ଶିବିର ଆରମ୍ଭହେବ ବୋଲି ଜଣାପଡ଼ିଛି। ଅଭ୍ୟାସ ଗ୍ରାଉଣ୍ଡରେ ଖେଳାଳିମାନେ ଅଭ୍ୟାସ କରିବେ। କଳିଙ୍ଗ ଷ୍ଟାଡ଼ିୟମରେ ମଲ୍ଟି ଜିମ୍‍ନାସିୟମ, ସନ୍ତରଣାଗାର ଓ ବ୍ଲୁ ଟର୍ଫ ପ୍ରସ୍ତୁତ ରହିଥିବାବେଳେ ଖେଳାଳିମାନଙ୍କୁ ଅଭ୍ୟାସ ଲାଗି ବେଶ ସହାୟକ ହେବ। ସମ୍ଭାବ୍ୟ ଶିବିରରୁ ଖେଳାଳିମାନଙ୍କ ପ୍ରଦର୍ଶନକୁ ଆଧାର କରି ବିଶ୍ୱକପ ଲାଗି ଚୂଡାନ୍ତ ଖେଳାଳି ମନୋନୟନ କରାଯିବ। ସମ୍ଭାବ୍ୟ ଶିବିର ଲାଗି ଓଡ଼ିଶାରୁ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପସାନ ତିର୍କୀ ସ୍ଥାନ ପାଇବା ନେଇ ଯଥେଷ୍ଟ ସମ୍ଭାବନା ରହିଛି। କଳିଙ୍ଗ ଷ୍ଟାଡ଼ିୟମରେ ହକି ବିଶ୍ୱକପ ପ୍ରତିଯୋଗିତା ଖେଳାଯିବାର ଥିବାରୁ ହକି ଇଣ୍ଡିଆ ପ୍ରଶିକ୍ଷଣ ଶିବିରକୁ ଭୁବନେଶ୍ୱରରେ ଆୟୋଜିତ କରିବାକୁ ନିଷ୍ପତ୍ତି ନେଇଛି।ସୂଚନାଯୋଗ୍ୟ ଯେ, ଇଣ୍ଡୋନେସିଆରେ ଖେଳାଯିବାକୁ ଥିବା ଅଷ୍ଟାଦଶତମ ଏସୀୟ କ୍ରୀଡ଼ାରେ ଭାରତ ୨-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଥିଲା।

Leave A Reply