www.samajalive.in
Sunday, December 7, 2025
26.1 C
Bhubaneswar

କର୍ଣ୍ଣାଟକ ପୌର ପରିଷଦ ଦଖଲ ପାଇଁ ଜେଡିଏସ୍‍-କଂଗ୍ରେସ ମେଣ୍ଟ!

ବେଙ୍ଗାଲୁରୁ: ପୂର୍ବ ନିଷ୍ପତ୍ତିରୁ ଓହରି ଜେଡିଏସ୍‍-କଂଗ୍ରେସ ପୁଣି ଥରେ ମିଳିତ ଭାବେ କର୍ଣ୍ଣାଟକ ପୌରପାଳିକାରେ ମେଣ୍ଟ କରିବେ। ପୌର ନିର୍ବାଚନରେ ଜେଡିଏସ୍‍ ଓ କଂଗ୍ରେସ ମେଣ୍ଟ ହେବ ନାହିଁ ଏବଂ ସବୁ ଆସନରେ ଦୁଇ ଦଳ ନିଜ ନିଜର ପ୍ରାର୍ଥୀ ଦେବେ ବୋଲି ଘୋଷଣା କରିଥିଲେ। କିନ୍ତୁ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଜେଡିଏସ୍‍ ଓ କଂଗ୍ରେସ ପୂର୍ବ ଘୋଷଣାରୁ ଓହରି ଆସିଛନ୍ତି।
ଜଣେ ଜେଡିଏସ୍‍ ପ୍ରବକ୍ତା କହିଛନ୍ତି ଯେ କଂଗ୍ରେସ ଓ ଜେଡିଏସ୍‍ ମଧ୍ୟରୁ କୌଣସି ବି ଦଳ ଯଦି ପୌର ପରିଷଦ ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରି ନ ପାରନ୍ତି ତେବେ ସେହି କ୍ଷେତ୍ରରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଜେଡିଏସ-କଂଗ୍ରେସ ମେଣ୍ଟ ହେବ। ସମଗ୍ର ରାଜ୍ୟରେ ଏହି ନୀତି କାର୍ଯ୍ୟକାରୀ ହେବ।
ସୂଚନାଯୋଗ୍ୟ, କର୍ଣ୍ଣାଟକର ୧୦୫ ପୌର ପରିଷଦ, ୩ଟି ନିଗମ ପାଇଁ ଗତ ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ ସୋମବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇ ରାତି ସୁଦ୍ଧା ଫଳାଫଳ ଆସିବ ବୋଲି ଆଶା କରାଯାଉଛି। ୬୮% ଭୋଟଦାନ ହୋଇଥିବା ଜଣାପଡ଼ିଛି।
ଉଲ୍ଲେଖନୀୟ ହେଲା ଉଭୟ ଜେଡିଏସ୍‍ ଓ କଂଗ୍ରେସ ନିଜ ନିଜ ଅଞ୍ଚଳରେ ଭଲ ପ୍ରଦର୍ଶନ କରିଥିବା ଦର୍ଶାଇ ପୌର ପରିଷଦ ଗଠନ ପାଇଁ ଦୃଢ଼ ଦାବି ଉପସ୍ଥାପନ କରୁଛନ୍ତି। ସମସ୍ତ ପୌରପାଳିକାରେ ଆମର ସ୍ଥିତି ଭଲ ଅଛି, ତେଣୁ କଂଗ୍ରେସ ଆମକୁ ପୌର ପରିଷଦ ଗଠନରେ ସମର୍ଥନ କରିବା ଆବଶ୍ୟକ ବୋଲି ଜେଡିଏସ୍‍ର ଜଣେ ପ୍ରବକ୍ତା କହିଥିବା ବେଳେ କଂଗ୍ରେସ ମଧ୍ୟ ଅନୁରୂପ ଦାବି କରିଛି। ତେଣୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପୌର ପରିଷଦ ଦଖଲକୁ ନେଇ କିଛି ଦିନ ପର୍ଯ୍ୟନ୍ତ ଜେଡିଏସ୍‍ ଓ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଲାଗିପାରେ ବୋଲି ରାଜନୀତି ବିଶାରଦମାନେ କହିଛନ୍ତି।
୨୦୧୩ ନିର୍ବାଚନରେ କଂଗ୍ରେସ ଏକାକୀ ୧୯୬୦ ଟି ୱାର୍ଡରେ ବିଜୟ ଲାଭ କରିଥିବା ବେଳେ ବିଜେପି ଓ ଜେଡିଏସ୍‍ ମେଣ୍ଟ ୯୦୫ଟିରେ ଏବଂ ସ୍ୱାଧୀନମାନେ ୧୨୦୬ଟି ୱାର୍ଡରେ ଜୟଯୁକ୍ତ ହୋଇଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories