କଟକ ଡାୟୋସିସ୍‍ ପକ୍ଷରୁ ରିଲିଫ୍‍ ବଣ୍ଟନ

ପିପିଲି : କଟକ ସ୍ଥିତ ଖ୍ରୀଷ୍ଟ୍ରୀୟ ଅନୁଷ୍ଠାନ ଡାୟୋସିସ୍‍ ପକ୍ଷରୁ ପିପିଲି ବ୍ଲକର କଣ୍ଟି ପଞ୍ଚାୟତରେ ଶୁକ୍ରବାର ଫନିି’ବାତ୍ୟା ବିପନ୍ନ ୩୦୫ ପରିବାରଙ୍କୁ ରିଲିଫ ବଣ୍ଟନ କରାଯାଇଛି। ଡାୟୋସିସ୍‍ ଅନୁଷ୍ଠାନର ମୁଖ୍ୟ ରାଇଟ ରେଭରେଞ୍ଜ ସୁରେନ୍ଦ୍ର କୁମାର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାହିଲିପଡା ଗ୍ରାମର ୨୦୫ ପରିବାର, କଣ୍ଟି ଗ୍ରାମର ୪୧ ପରିବାର ଓ କାକୁଡିଆ ଗ୍ରାମର ୫୯ପରିବାରଙ୍କୁ ଲୁଗା, ବେଡ୍‍ସିଟ, ଟାଉଲ, ମସାରି ଓ ଅମୂଲ ଆଦି ରାସନ ରିଲିଫ ପ୍ରଦାନ କରାଯାଇଛି। ଡାୟୋସିସ ବୋର୍ଡ଼ ଅଫ ସୋସିଆଲ ସର୍ଭିସର ସମ୍ପାଦକ ବିଶ୍ୱରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ରାଜକିଶୋର ସ୍ୱାଇଁ, ବାହିଲିପଡା ଗ୍ରାମର ସଭାପତି ଦୟାନିଧି ସିଂ, ସମ୍ପାଦକ ଦୀପକ ପ୍ରମାଣିକ, ୱାର୍ଡ଼ସଭ୍ୟ ଅମୀୟ କୁମାର ଦାସ ଓ ବରିଷ୍ଠ ସଭ୍ୟ ଅମରେନ୍ଦ୍ର ନାୟକ ପ୍ରମୁଖ ଏହି ରିଲିଫ ବଣ୍ଟନ କାର୍ଯ୍ୟକୁ ପରିଚାଳନା କରିଥିଲେ। ଡାୟୋସିସ୍‍ ଅନୁଷ୍ଠାନ ପକ୍ଷରୁ ବାତ୍ୟା ପ୍ରପୀଡିତ ବିଭିନ୍ନ ଅଞ୍ଚଳରେ ବିପନ୍ନମାନଙ୍କୁ ରିଲିଫ ପ୍ରଦାନ କାର୍ଯ୍ୟ ଜାରି ରହିଥିବା ବେଳେ ଆଗାମୀ ଦିନରେ ପିପିଲି ବ୍ଲକର ଅନ୍ୟ କେତେକ ଗ୍ରାମରେ ରିଲିଫ୍‍ ବଣ୍ଟନ କରାଯିବାର ଯୋଜନା ରହିଥିବା ସମ୍ପର୍କରେ ରେଭରେଞ୍ଜ ନନ୍ଦ ସୂଚନା ଦେଇଥିଲେ।

kalyan agarbati

Comments are closed.