www.samajalive.in
Sunday, December 7, 2025
14.1 C
Bhubaneswar

କଂଗ୍ରେସ ଛାଡ଼ିଲେ ନବ ଦାସ

କଟକ: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ବିଜେଡିରେ ଯୋଗ ଦେବାକୁ ଯାଉଥିବାରୁ ସେ କଂଗ୍ରେସର ସମସ୍ତ ପଦପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି।
ନବ ଦାସ ବିଜେଡିରେ ଯୋଗ ଦେବାକୁ ଯାଉଥିବା ଗତ କିଛି ଦିନ ଧରି ଚର୍ଚ୍ଚା ଜୋର ଧରିଥିଲା। ଏ ସମ୍ପର୍କରେ ଶ୍ରୀ ଦାସ କିନ୍ତୁ ସ୍ପଷ୍ଟ ମତ ରଖୁନଥିଲେ। କେତେବେଳେ ସେ କଂଗ୍ରେସ ସହିତ ଅଛନ୍ତି ବୋଲି କହୁଥିବା ବେଳେ କେତେବେଳେ ଲୋକେ ଚାହୁଁଛନ୍ତି ସେ ବିଜେଡିରେ ମିଶନ୍ତୁ ବୋଲି କହୁଥିଲେ। ଏହା ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ଦ୍ୱନ୍ଦ୍ୱରେ ରଖିôଥିଲା। ଶେଷରେ ତାଙ୍କ ଇସ୍ତଫା ପରେ ସବୁ ଚର୍ଚ୍ଚାର ଅବସାନ ଘଟିଛି।
ରାହୁଲଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ଶ୍ରୀ ଦାସ ଉଲ୍ଳେଖ କରିଛନ୍ତି ଯେ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟଙ୍କ ସହିତ ତାଙ୍କର କୌଣସି ମତଭେଦ ନାହିଁ। ତାଙ୍କୁ ରାଜ୍ୟ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ଚୟନ କରଯାଇଥିବାରୁ ସେ କୃତଜ୍ଞ। ସ୍ଥାନୀୟ ଅଞ୍ଚଳ ଓ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସେ ବିଜେଡିରେ ଯୋଗ ଦେବା ଉଚିତ ବୋଲି ତାଙ୍କ ଅଞ୍ଚଳର ଜନସାଧାରଣ ଚାହୁଁଥିଲେ। ତାଙ୍କ ଅନୁରୋଧକ୍ରମେ ସେ ଆସନ୍ତା ୨୪ ତାରିଖରେ ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି। ତେଣୁ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି।
ଇସ୍ତଫା ପତ୍ରର ନକଲ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ମହାସଚିବ ମସ୍ତାନ ଭାଲି ଓ ଓଡ଼ିଶା ଦାୟିତ୍ୱରେ ଥିବା କଂଗ୍ରେସ ଏଆଇସିସି ଜିତେନ୍ଦ୍ର ସିଂହଙ୍କ ନିକଟକୁ ଶ୍ରୀ ଦାସ ପଠାଇଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories