BJD Bijuli 480×75 Mob

ଓପନର୍‍ଙ୍କୁ ନେଇ ଚିନ୍ତାରେ ଭାରତ

BJD Bijuli 480×75 Mob
0

ଲଣ୍ଡନ: ଭ୍ରମଣକାରୀ ଭାରତ ଓ ଘରୋଇ ଇଂଲଣ୍ଡ କ୍ରିକେଟ୍‍ ଦଳ ମଧ୍ୟରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‍ ଶୁକ୍ରବାରରୁ ଖେଳାଯିବ। ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍କୁ ପୂର୍ବରୁ ଇଂଲଣ୍ଡ ୩-୧ରେ ଜିତି ସାରିଥିବାରୁ ଅନ୍ତିମ ଟେଷ୍ଟ ମ୍ୟାଚ୍‍ କେବଳ ଔପରାଚିକ ଭାବେ ଖେଳାଯିବ। ସିରିଜ୍‍ ହାତଛଡ଼ା ହୋଇଥିଲେ ମଧ୍ୟ ଅନ୍ତିମ ଟେଷ୍ଟ ମ୍ୟାଚ୍‍କୁ ଭାରତ ଆଦୌ ହାଲୁକା ଭାବେ ଗ୍ରହଣ ନ କରି ବିଜୟୀ ହେବାକୁ ପ୍ରୟାସ କରିବ ବୋଲି ଅଧିନାୟକ ବିରାଟ କୋହଲି କହି ସାରିଛନ୍ତି। ଅନ୍ୟପକ୍ଷରେ ଏହି ସିରିଜ୍‍ରେ ଭାରତୀୟ ଓପନିଂ ବ୍ୟାଟସମ୍ୟାନ୍‍ମାନେ ଯେପରି ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ତାହା ଦଳର ଚିନ୍ତା ବଢ଼ାଇ ଦେଇଛି।
ଅଧିନାୟକ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଓପନ୍‍ରମାନେ ରନ୍‍ ସଂଗ୍ରହ କରିବାରେ ବିଫଳ ହୋଇଛନ୍ତି। ତୃତୀୟ ଟେଷ୍ଟ ପରେ ଓପନ୍‍ର ମୁରଲୀ ବିଜୟଙ୍କୁ ଭାରତ ପଠାଇ ଦିଆଯାଇଥିଲା। ସେ ପ୍ରଥମ ୩ଟି ଟେଷ୍ଟ ମ୍ୟାଚ୍‍ରେ ବିଫଳ ହୋଇଥିôଲେ। ତେବେ ଅନ୍ୟତମ ଓପନର୍‍ ଶିଖର ଧାୱନ ଓ କେଏଲ୍‍ ରାହୁଲ ମଧ୍ୟ ଦଳକୁ ନିରାଶ କରିôଥଲେ। ଶିଖର ଧାୱନ୍‍ ଆଉଟ୍‍ ସୁଇଙ୍ଗ ବଲ୍‍କୁ ଖେଳିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା। ସେ ପ୍ରାୟତଃ ପ୍ରଥମ କିମ୍ବା ଦ୍ୱିତୀୟ ସ୍ଲିପ୍‍ରେ କ୍ୟାଚ୍‍ ଆଉଟ୍‍ ହୋଇଥିଲେ। ଅନ୍ୟପକ୍ଷରେ କେଏଲ୍‍ ରାହୁଲ ଓପନ୍‍ର ଭାବେ ସଂପୂର୍ଣ୍ଣ ଭାବେ ବିଫଳ ହେବା ଚିନ୍ତାଜନକ। ବ୍ୟାଟିଂରେ ରାହୁଲ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ବୋଲି କିଛି ପୂର୍ବତନ କ୍ରିକେଟର୍‍ ମତ ଦେଇଥିବା ବେଳେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ରେ ଇନ୍‍ସୁଇଙ୍ଗ ବଲ୍‍କୁ ମୁକାବିଲା କରିବାରେ ତାଙ୍କ ବିଫଳତା ଅନେକଙ୍କୁ ଚକିତ କରିଛି। ୬ଟି ଇନିଂସରେ ରାହୁଲ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଥିବାରୁ ତାଙ୍କ ସ୍ଥାନରେ ଯୁବ ବ୍ୟାଟସମ୍ୟାନ୍‍ ପୃଥ୍ୱୀ ସ’ଙ୍କୁ ଅନ୍ତିମ ଟେଷ୍ଟରେ ଖେଳାଯିବାକୁ ନେଇ ଚର୍ଚ୍ଚା ଜୋର୍‍ ଧରିଛି। ତେବେ ରାହୁଲ ସ୍ଲିପ୍‍ରେ ଚମତ୍କାର କ୍ୟାଚ୍‍ ଧରୁଥିବାରୁ ତାଙ୍କୁ ଅନ୍ତିମ ଟେଷ୍ଟ ମ୍ୟାଚ୍‍ରେ ଖେଳାଯାଇ ପାରେ ବୋଲି ଆଲୋଚନା ହେଉଛି।

Leave A Reply