www.samajalive.in
Sunday, December 7, 2025
23.1 C
Bhubaneswar

ଓଡ଼ିଆ ବୈଜ୍ଞାନିକ ମାୟାଧର ବାରିକଙ୍କୁ କଲାମ ଉଦ୍ଭାବକ ସମ୍ମାନ

ନୂଆଦିଲ୍ଲୀ: ଓଡ଼ିଆ ବୈଜ୍ଞାନିକ ଡକ୍ଟର ମାୟାଧର ବାରିକ ଚଳିତ ବର୍ଷର ସମ୍ମାନଜନକ ଏପିଜେ ଅବଦୁଲ କଲାମ ଉଦ୍ଭାବକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରଭାବ ସଂପର୍କିତ କର୍ମଶାଳାରେ ଡକ୍ଟର ଶ୍ରୀ ବାରିକଙ୍କୁ ସମ୍ମାନିତ କରାଯାଇଛି। ଷ୍ଟଡି ଅଫ୍ ଏନଭରନମେଣ୍ଟ ଆଣ୍ଡ ଜେନେଟିକ ଫ୍ୟାକଟର୍ସ ଇନ୍ ଚାଇଲଡ ୱିଥ୍‌ କ୍ରାନିଓସିନୋଷ୍ଟସିସ୍‌ ଶୀର୍ଷକ ଗବେଷଣା ପାଇଁ ଅବଦୁଲ କଲାମ ଉଦ୍ଭାବକ ସମ୍ମାନ ପାଇଁ ମନୋନୀତ ହୋଇଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦେଶ ବିଦେଶରୁ ତିନିଶହରୁ ଊର୍ଦ୍ଧ୍ବ ଗବେଷକ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଡକ୍ଟର ବାରିକ ଅଦ୍ୟାବଧି ୧୬୦ରୁ ଊର୍ଦ୍ଧ୍ବ ଗବେଷଣାତ୍ମକ ପ୍ରବନ୍ଧ ଲେଖିଛନ୍ତି।
ସେ ସଂପ୍ରତି ଦିଲ୍ଲୀ ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନର ମେଣ୍ଟାଲ ହେଲଥ ଆଣ୍ଡ ରିହାବିଲିଟେସନ ବିଭାଗରେ କାର୍ଯ୍ୟ କରୁଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories