www.samajalive.in
Monday, December 15, 2025
16.1 C
Bhubaneswar

ଏଣିକି କାମ ହେବ ସହଜ

ୱାଇଫାଇ ଏକ୍ସଟେଣ୍ଡର
ଅନେକଥର ୱାଇଫାଇର ସିଗ୍‍ନାଲ ଦୁର୍ବଳ ହେବା ଏବଂ ସଂଯୋଗ ବିଚ୍ଛିନ୍ନ ହେବା କାରଣରୁ ଏଥିସହ ସଂଯୁକ୍ତ ହୋଇଥିବା ଗେଜେଟ୍‍ ବ୍ୟବହାର କରିପାରନ୍ତି ନାହିଁ। ତେଣୁ ଆପଣଙ୍କ ବ୍ୟାଗ୍‍ରେ ୱାଇଫାଇ ଏକ୍ସଟେଣ୍ଡର ରହିବା ଜରୁରୀ। ଏହାକୁ ସହଜରେ ସେଟ୍‍ଅପ୍‍ କରି ସିଗ୍‍ନାଲ ବଢାଇ ପାରିବେ। ଉନ୍ନତ ମାନର ଏକ୍ସଟେଣ୍ଡର କିଣିବା ଲାଗି ସ୍ପେସିଫିକେସନ୍‍ ତଥା ବ୍ୟବହାରକାରୀଙ୍କ ଅଭିଜ୍ଞତା ଉପରେ ଅନ୍‍ଲାଇନ ସମୀକ୍ଷା ଦେଖିପାରିବେ।


ପୋର୍ଟେବ୍‍ଲ ହାର୍ଡ ଡ୍ରାଇଭ
କାମରେ ବ୍ୟସ୍ତ ରହୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଗେଜେଟ୍‍ ଖୁବ୍‍ ଉପଯୋଗୀ। ଏଥିରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସୁରକ୍ଷିତ ରଖାଯାଇଥାଏ। ତେବେ ଏହାର ଜୀବନକାଳ ସୀମିତ ହୋଇଥିବାରୁ ବର୍ଷେ ଦୁଇବର୍ଷରେ ଗୋଟିଏ ଗୋଟିଏ ନୂଆ ଡ୍ରାଇଭ କିଣି ସେଥିରେ ତଥ୍ୟସବୁ ରଖିବାକୁ ହୁଏ।

- Advertisement -

ପୋର୍ଟେବ୍‍ଲ ବ୍ୟାଟେରି ଚାର୍ଜର
କାମର ବୋଝକୁ ନେଇ ଭ୍ରମଣ କରୁଥିବା ଲୋକଙ୍କ ପାଇଁ ଏହି ଗେଜେଟ୍‍ ଖୁବ୍‍ ସହାୟକ। ଲ୍ୟାପ୍‍ଟପ୍‍ କିମ୍ବା ସ୍ମାର୍ଟଫୋନ୍‍ର ବ୍ୟାଟେରି ୪-୫ଘଣ୍ଟାରେ ଶେଷ ହୋଇଯାଉଥିବାରୁ ଦୂରଯାତ୍ରା ସମୟରେ ଏଥିରେ କାମ କରିବା କଷ୍ଟକର ହୋଇଯାଏ। ତେଣୁ ପାଖରେ ପୋର୍ଟେବ୍‍ଲ ଚାର୍ଜର ଥିଲେ ଡିଭାଇସ୍‍ ବନ୍ଦ ହୋଇଯିବ ବୋଲି ଚିନ୍ତା କରିବାକୁ ପଡେନାହିଁ। ଏଥିରେ ୟୁଏସ୍‍ବି ପ୍ଲଗ୍‍ ଲାଗିଥାଏ ଯାହାକୁ ଦୀର୍ଘଯାତ୍ରା ବେଳେ ବ୍ୟବହାର କରିପାରିବେ।
ଦୁଇଟି ଆପ୍‍ ବିଶେଷ ସହାୟକ ହୋଇପାରିବ।

ୱଣ୍ଡରଲିଷ୍ଟ
ଟୁ ଡୁ ତାଲିକାର ପ୍ରମୁଖ ଆପ୍‍ ଭାବେ ପରିଚିତ ୱଣ୍ଡରଲିଷ୍ଟ ନିଜର ଡିଜାଇନ୍‍ ଏବଂ ଅସାଧାରଣ କାର୍ୟ୍ୟଦକ୍ଷତା ଯୋଗୁ ପରିଚିତ। ଏହା ଜରିଆରେ ଆପଣ ନିଜର ବିଭିନ୍ନ କାର୍ୟ୍ୟକ୍ରମର ଲିଷ୍ଟ, ସବ୍‍ଲିଷ୍ଟ କରିବା ସହିତ ସେଥିରେ ଡ୍ୟୁ ଡେଟ୍‍ସ (ସମ୍ପୃକ୍ତ ତାରିଖ) ଏବଂ ନୋଟ୍‍ସ ସଂଯୁକ୍ତ କରିବା ସହ ନିଜ ଲିଷ୍ଟର ବିଶେଷ ଆଇଟମ୍‍ରେ ଫାଇଲ ଯୋଡିପାରିବେ ତଥା ବନ୍ଧୁ ଏବଂ ସହକର୍ମୀଙ୍କ ସହିତ ଆଇଟମ୍‍ ଶେୟାର କରିପାରିବେ। ୱଣ୍ଡରଲିଷ୍ଟ ଆଉଟଲୁକ୍‍ କ୍ୟାଲେଣ୍ଡର ଏବଂ ମାଇକ୍ରୋସଫ୍ଟ କୋର୍ଟାନାରେ ବି ଚାଲିଥାଏ। ଏହାର ଇଣ୍ଟରଫେସ୍‍ ନେଭିଗେସନ୍‍ ଖୁବ୍‍ ସହଜ ଏବଂ ୱିଣ୍ଡୋଜ୍‍ ୧୦, ୱିଣ୍ଡୋଜ୍‍ ୧୦ ମୋବାଇଲ, ଆଣ୍ଡ୍ରଏଡ ଓ ଆଇଓଏସ୍‍ରେ ୱଣ୍ଡରଲିଷ୍ଟ ଆପ୍‍କୁ ଏକ୍ସଟେଣ୍ଡ କରାଯାଇପାରେ।

ଆଇଏଫ୍‍ଟିଟିଟି
ଇଫ୍‍ ଦିସ୍‍, ଦେନ୍‍ ଦ୍ୟାଟ୍‍ ନାମକ ଏହି ଫ୍ରି ଆପ୍‍ ସହାୟତାରେ ଆପଣ ନିଜ ଡିଭାଇସ୍‍ ଏବଂ ଆପ୍‍ (ଆପ୍‍ଲେଟ୍‍) ସହିତ ବହୁତ କିଛି କରିପାରିବେ। ଏହାକୁ ବ୍ୟବହାର କରି ନିଜ ଡିଭାଇସ୍‍ ଏବଂ ଆପ୍‍କୁ ଲିଙ୍କ୍‍ କରି ଏକାଠି କାମ କରିପାରିବ। ଉଦାହରଣ ସ୍ୱରୂପ: ଆପଣ ଇନ୍‍ଷ୍ଟାଗ୍ରାମରେ କୌଣସି ଫଟୋ ଶେୟାର କରୁଥିଲେ ଏହି ଆପ୍‍ ସହାୟତାରେ ଫଟୋ ଆପଣଙ୍କ ଡ୍ରପ୍‍ବକ୍ସରେ ବି ସେଭ୍‍ ହୋଇଯିବ। ମିସ୍‍ଡ କଲ୍‍ ଥିଲେ ଫୋନ୍‍ ଆପଣଙ୍କୁ ଇ-ମେଲ୍‍ ଦ୍ୱାରା ରିମାଇଣ୍ଡର ପଠାଇବ। ଏହାର ନୂଆ କୌଶଳ ଇକୋ କିମ୍ବା ଗୁଗ୍‍ଲ ହୋମ୍‍ ପରି ସ୍ମାର୍ଟ ସ୍ପିକର ସହ କାମ କରିପାରେ। ତେଣୁ ଆପଣ ଅଫିସ୍‍ରୁ ଘରେ ପହଞ୍ଚିବାକୁ ଥିଲେ ଏହା ପୂର୍ବରୁ ଘରର ଲାଇଟ୍‍ ଓ ଏସି ଅନ୍‍ କରିପାରିବ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories